ଓଡ଼ିଶା ପହଞ୍ଚିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ୍.ଭି ରମଣା, କରାଗଲା ଭବ୍ୟ ସ୍ବାଗତ
କେନ୍ୟୁଜ୍(ବ୍ୟୁରୋ): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ୍.ଭି ରମଣା । ଆସନ୍ତାକାଲି ସକାଳ ୭ଟାରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ପ୍ରଧାନ ବିଚାରପତି ।
ଶନିବାର ପୂର୍ବହ୍ନ ୧୧ଟା ୧୦ରେ ଆଇନ ସେବା ଭବନର ଉଦ୍ଘାଟନ କରିବେ । ଏହାସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନବିଚାରପତି । କାଲି ରାତିରେ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି