ସ୍ୱର୍ଗତ ଜୟନ୍ତୀ ପଟ୍ଟନାୟକଙ୍କ ଆଜି ଏକାଦଶାହ: ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍): ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଧର୍ମପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ଆଜି ଏକାଦଶ କାର୍ଯ୍ୟକ୍ରମ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ସ୍ୱର୍ଗତ ଜୟନ୍ତୀ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ତଥା ଜୟନ୍ତୀ ପଟ୍ଟନାୟକଙ୍କ ଜ୍ୱାଇଁ ସୌମ୍ୟ ରଂଜନ ପଟ୍ଟନାୟକ, ପୁଅ ପୃଥ୍ଵୀ ବଲ୍ଲଭ ପଟ୍ଟନାୟକ, କଂଗ୍ରେସ ନେତା ଗଣେଶ୍ୱର ବେହେରା, ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣି, ମନ୍ତ୍ରୀ ଅଶୋକ ପଣ୍ଡା, ଦେବୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲ । ପରିବାର ଲୋକଙ୍କ ସହ ବୁଦ୍ଧିଜୀବୀ ମାନେ ମଧ୍ୟ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.