Categories: News

କଟକରେ ବଢୁଛି କରୋନା ଆରୋଗ୍ୟ ହାର, କାଲିଠାରୁ ସଦ୍‌ଗୁରୁ ହସ୍‌ପିଟାଲ ହେବ କାର୍ଯ୍ୟକ୍ଷମ

କେନ୍ୟୁଜ୍(ବ୍ୟୁରୋ):  କଟକରେ କରୋନା ଆରୋଗ୍ୟ ହାର ବଢୁଛି । ଅଧିକ ସଂଖ୍ୟାରେ ଟେଷ୍ଟିଂ ହେଉଥିବାରୁ ସଂକ୍ରମଣ ହାର ମଧ୍ୟ ଅଧିକ ଆସୁଛି । ତଥାପି ଆକ୍ଟିଭ୍‌ କେସ୍‌ ତୁଳନାରେ ସୁସ୍ଥ ହାର ଅଧିକ ଅଛି । ଜିଲ୍ଲାରେ ଏବେ ସୁସ୍ଥ ହାର ରହିଛି ୬୫.୭୭ ପ୍ରତିଶତ । ଜିଲ୍ଲାରେ ମୋଟ୍‌ ସଂକ୍ରମଣ ୫ ହଜାର ୩୩୨ ଥିବା ବେଳେ ଆକ୍ଟିଭ୍‌ କେସ୍‌ ରହିଛି ୧୮୮୯ । ଆରୋଗ୍ୟ ହୋଇଛନ୍ତି ୩ ହଜାର ୪୧୫ ।

ସେହିଭଳି ସିଏମ୍‌ସି ଅଞ୍ଚଳରେ ଆକ୍ଟିଭ୍‌ କେସ୍‌ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ । ଗତ ସପ୍ତାହ ଅପେକ୍ଷା ଚଳିତ ସପ୍ତାହରେ ଅଧିକ ଟେଷ୍ଟିଂ କରାଯାଇଛି । ଏସପ୍ତାହରେ ଏସ୍‌ସିବି ମେଡିକାଲରେ ୨୧ ଜିଲ୍ଲାରୁ ୧ ଲକ୍ଷ ୪୪ ହଜାର ୭୮୨ ଟେଷ୍ଟ ହୋଇଛି । ୧୬୮ ଜଣଙ୍କଠୁ ପ୍ଳାଜମା ସଂଗ୍ରହ କରାଯାଇଛି । ୩୩୬ ୟୁନିଟ୍‌ରୁ ୨୮୭ୟୁନିଟ୍‌ ପ୍ଲାଜ୍‌ମା ବ୍ୟବହାର ହୋଇଛି । ଜିଲ୍ଲାରେ ଆକ୍ରାନ୍ତ ୪୫୦ କୋଭିଡ ଯୋଦ୍ଧାଙ୍କ ମଧ୍ୟରୁ ୧୩୨ ଜଣ ଚିକିତ୍ସାଧୀନ ଅଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ।

ସେହିଭଳି କଟକରେ କରୋନା ମୁକାବିଲା ଲାଗି ସହରରେ ଆଜିଯାଏଁ ଅଶ୍ୱିନୀ ହସ୍‌ପିଟାଲ, ଭିମ୍‌ସାର ହେଲଥ୍‌ ସେଣ୍ଟର କାର୍ଯ୍ୟକରୁଥିବା  ବେଳେ କାଲିଠାରୁ ସଦ୍‌ଗୁରୁ ହସ୍‌ପିଟାଲ କାର୍ଯ୍ୟକ୍ଷମ ହେବ। କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସଦ୍‌ଗୁରୁ ହସ୍‌ପିଟାଲ କାର୍ଯ୍ୟକ୍ଷମ ହୋଇଯିବା ପରେ କଟକରେ କରୋନା ରୋଗୀଙ୍କ ପାଇ ଚିକିତ୍ସା ସୁବିଧା ଆହୁରି ସହଜ ହୋଇଯିବ। ରାଜ୍ୟ ସରକାର ଏଥିପାଇଁ ଅନୁମତି ଦେଇସାରିଛନ୍ତି। ସଦ୍‌ଗୁରୁ ହସ୍‌ପିଟାଲରେ ୧୫୦ ବେଡ ରହିଛି। ସବୁଠାରୁ ବଡ଼ କଥା ହେଲା ଯେ, ଏହି ହସ୍‌ପିଟାଲରେ ଡାଇଲିସିସି ଓ ପ୍ରସୂତିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି

 

 

KNews Bureau

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

15 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

25 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

36 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

2 hours ago