ଯାଜପୁର ଏବେ ଗୋରୁ ମାଫିଆଙ୍କ କବଜାରେ, ବେଧଡକ ଚାଲିଛି ବେଆଇନ ଗୋ ଚାଲାଣ

ଯାଜପୁର ଜିଲ୍ଲାରେ ସକ୍ରିୟ ଗୋ ଚାଲାଣକାରୀ । ଦୈନିକ ରାଜ୍ୟ ତଥା ରାଜ୍ୟ ବାହାରକୁ ବେଆଇନ ଭାବେ ଗୋ ଚାଲାଣ ହେଉଛି । ଜିଲ୍ଲାର ଛୋଟବଡ଼ ହାଟ ଏବେ ଗୋରୁ ମାଫିଆଙ୍କ କବଜାରେ । ଏହି ର‍୍ୟାକେଟରେ ପଡୋଶୀ କେନ୍ଦ୍ରାପଡ଼ା ଓ ଭଦ୍ରକ ଗୋରୁ ମାଫିଆ ସାମିଲ ଥିବାବେଳେ ଏହାର ଚେର ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଲମ୍ବିଛି । ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଅକାରଣରେ ଗୋରୁମାନଙ୍କ ମୃତ୍ୟୁ ହେଉଛି । ପ୍ରଶାସନ ଏମାନଙ୍କ ଉପରେ କୌଣସି ଅଙ୍କୁଶ ଲାଗାଉ ନଥିବାରୁ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛନ୍ତି ଗୋରୁ ମାଫିଆ । ଏଭଳି ବେଆଇନ କାର୍ଯ୍ୟ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଶ୍ୱହିନ୍ଦୁ ପରିଷଦ । ସେପଟେ ଗୋ ଚାଲାଣକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଯାଜପୁର ଏସପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.