ଲାଇଭ ସେକ୍ସ ଦେଖିବା ପଡିଲା ମହଙ୍ଗା, ଏବେ ହ୍ୟାକର ଜାଲରେ ଫସିଛନ୍ତି କୋଟିକୋଟି ୟୁଜର

କ’ଣ ଆପଣ ପର୍ନ ଭିଡିଓ ଦେଖିବା ପାଇଁ ଆଡଲ୍ଟ େଓ୍ଵବସାଇଟ କ୍ଲିକ ରୁଛନ୍ତି, ତେବେ ସାବଧାନ। ହୁଏତ ଆପଣଙ୍କ ପର୍ସନାଲ ଡାଟା ଏବଂ ବିବରଣୀ ହ୍ୟାକର ପାଖରେ ପହଞ୍ଚିସାରିଲାଣି। ଏହି ମାମଲା ଆଡଲ୍ଟ ଲାଇଭ ଷ୍ଟ୍ରିମିଂ େଓ୍ଵବସାଇଟCAM4 ସହିତ ଜଡିତ। ଏହି ୱେବସାଇଟରେ ‘ଫ୍ରି ଲାଇଭ ସେକ୍ସ କ୍ୟାମ’ର ବିଜ୍ଞାପନ ଆସିଥାଏ। ସାଇବର ସିକ୍ୟୁରିଟି ରିସର୍ଚ୍ଚର ରିପୋର୍ଟ ଅନୁଯାୟୀ, ଏହି ୱେବସାଇଟ‌ରେ ଲକ୍ଷ ଲକ୍ଷ ୟୁଜରଙ୍କ ଡାଟା ହ୍ୟାକରଙ୍କୁ ମିଳିସାରିଛି।

jpg

ଦ ନେକ୍ସଟ ୱେବ ରିପୋର୍ଟ ଅନୁଯାୟୀ, ଲିକ୍‌ ହୋଇଥିବା ଡାଟାରେ ୟୁଜର ନାମ, ଇମେଲ, ପେମେଣ୍ଟ ଡିଟେଲ, ଆଇପି ଆଡ୍ରେସ ଛଡା କଥାବାର୍ତ୍ତା ହୋଇଥିବା ଡାଟା ମଧ୍ୟ ରହିଛି। ଏହି ଲିକ ଡାଟାବେସର ସାଇଜ ୭ ହଜାର ଜିବି ବୋଲି ରିସଚ୍ଚର୍ସ କରିଛନ୍ତି। କେବଳ ଏତିକି ନୁହେଁ, ରିସର୍ଚ୍ଚ ଟିମ୍‌ କହିବା ଅନୁଯାୟୀ ୧.୧ କୋଟି ଇମେଲ ଆଇଡି, ୨.୬ କୋଟି ପାସଓ୍ଵାର୍ଡ ହ୍ୟାସ ଏବଂ ଲକ୍ଷାଧିକ ଏମିତି ରେକର୍ଡ ରହିଛି, ଯେଉଁଥିରେ ୟୁଜରଙ୍କ ପୁରାନାମ, କ୍ରେଡିଟ୍‌ କାର୍ଡ ଟାଇପ, ଦେଇଥିବା ପଇସାର ସଂପୂର୍ଣ୍ଣ ବିବରଣୀ ରହିଛି। ଡାଟାବେସରେ ରିସର୍ଚ୍ଚର୍ସକୁ ୟୁଜରର୍ସଙ୍କର ୟୁଜର ନେମ, ଜେଣ୍ଡର ପ୍ରିଫରେନ୍ସ, ସେକ୍ସୁଆଲ ଓରିଏଣ୍ଟସନ, ଆଇପି ଆଡ୍ରେସ, ଡିଭାଇସ ଇନଫରମେସନ, ଇମେଲ ଇତ୍ୟାଦିର ବିବରଣୀ ରହିଛି। ଏହାଛଡା CAM4 ଦ୍ୱାରା କରିଥିବା କଥାବାର୍ତ୍ତା ମଧ୍ୟ ଟ୍ରାନ୍ସସ୍କ୍ରିପ୍ଟ ହୋଇ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.