ମୁଭି ଲଞ୍ଚିଂରେ ପ୍ରେଗ୍ନାଣ୍ଟ ଦୀପିକା ପାଦୁକୋନ ଦେଖାଇଲେ ନିଜ ବେବି ବମ୍ପ, ପିନ୍ଧିଥିଲେ ଏତେ ମହଙ୍ଗା ସ୍ପାନିଶ୍ ଡ୍ରେସ୍

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ନିକଟରେ ନିଜର ଅପ୍କମିଂ ଫିଲ୍ମ ‘କଲ୍କୀ 2898 AD’ର ଏକ ଇଭେଣ୍ଟ୍ରେ ସ୍ପଟ୍ କରାଯାଇଛି । ଦୀପିକାଙ୍କ ସହ ଏହି ଇଭେଣ୍ଟ୍ରେ ଅମିତାଭ ବଚ୍ଚନ, ପ୍ରଭାସ, କମଲ ହାସନ ମଧ୍ୟ ନଜର ଆସିଛନ୍ତି । କିନ୍ତୁ ସମସ୍ତଙ୍କ ନଜର ରହିଥିଲା ଦୀପିକାଙ୍କ ଉପରେ । କାରଣ, ଇଭେଣ୍ଟ୍ରେ ତାଙ୍କର ପ୍ରେଗ୍ନାନ୍ସି ଲୁକ୍ ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଥିଲା ।
ଅଭିନେତ୍ରୀ ବହୁତ ସୁନ୍ଦର ବ୍ଲାକ୍ ଡ୍ରେସ୍ ପିନ୍ଧିଥିଲେ, ଯେଉଁଥିରେ ତାଙ୍କର ବେବି ବମ୍ପ୍ ଦେଖାଯାଉଥିଲା ଏବଂ ତାଙ୍କ ମୁହଁରେ କ୍ୟୁଟ୍ ସ୍ମାଇଲ୍ ଥିଲା । ରିପୋର୍ଟ ମୁତାବକ, ବର୍ତ୍ତମାନ ତାଙ୍କ ପ୍ରେଗ୍ନାନ୍ସିର ଷଷ୍ଠ ମାସ ଚାଲିଛି ।
ସେପଟେ ଦୀପିକାଙ୍କର ଏହି ଡ୍ରେସ୍ ସ୍ପାନିଶ୍ ଲକଜୁରୀ ଫ୍ୟାସନ ହାଉସ୍ର ବୋଲି ଆପଣ ଜାଣିଛନ୍ତି କି ? ଏହା ଲକଜୁରୀ ଫ୍ୟାସନ ହାଉସ୍ ‘ଲୋୱେ (Loewe)’ର ଥିଲା, ଯିଏ ପାଖାପାଖି ୧୭୫ ବର୍ଷ ହେବ ଫ୍ୟାସନ ମାର୍କେଟ୍କୁ ଆସିସାରିଛି ।
ଦୀପିକାଙ୍କର ଏହି ଡ୍ରେସ୍ର ନାମ ‘ଏନାଗ୍ରାମ୍ ପେବଲ୍ ମ୍ୟାକ୍ସି ଡ୍ରେସ୍’ । ଏହି ପିଓର୍ କଟନ୍ ଡ୍ରେସ୍କୁ ଇଟାଲୀରେ ତିଆରି କରାଯାଇଛି । ଲୋୱେର ଏହି ଡ୍ରେସ୍ କଟନ୍ ଟେକ୍ସଚର୍ର ରହିଛି, ଯାହା ଆରାମଦାୟକ ଷ୍ଟ୍ରେଚ୍ ଦେବା ସହ କଭର୍ସକୁ ଦେଖାଇଥାଏ ।
ସ୍ଲିପ୍-ଅନ୍ ଡ୍ରେସ୍ରେ ହଲ୍ଟର ନେକ୍ଲାଇନ ରହିଛି, ଯାହାକୁ ଆଇକୋନିକ୍ ଏନାଗ୍ରାମ୍ରେ ଡେକୋରେଟ୍ କରାଯାଇଛି । ଏହି ଡ୍ରେସ୍କୁ ବେକ ପଛ ଆଡ଼କୁ ବନ୍ଧାଯାଏ, ଏହା ବ୍ୟାକ୍ ସ୍ଲିଟ୍ର ରହିଛି । ଲକ୍ଜୁରୀ ଫ୍ୟାସନ ବ୍ରାଣ୍ଡସ୍ର ୱେବ୍ସାଇଟ OUNASS ମୁତାବକ, ଏହି ଡ୍ରେସ୍ର ଦାମ୍ ୪,୬୫୦ ଏଇଡି ଅର୍ଥାତ୍ ଭାରତୀୟ ମୁଦ୍ରାରେ ପାଖାପାଖି ୧.୦୫ ଲକ୍ଷ ଟଙ୍କା ।
ଗତ କିଛି ମାସ ତଳେ ଦୀପିକା ପାଦୁକୋନ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ କହିଥିଲେ ଯେ ସେ ଗର୍ଭବତୀ ଅଛନ୍ତି । ଖୁବ୍ ଶୀଘ୍ର ସେ ମା’ ହେବେ ଏବଂ ରଣବୀର ସିଂ ବାପା ହେବେ । ଏହି ପୋଷ୍ଟ ଦେଖିବା ପରେ ଦୀପିକା ଓ ରଣବୀରଙ୍କ ଫ୍ୟାନ୍ସମାନେ ବହୁତ ଖୁସି ହୋଇଯାଇଥିଲେ ।