କିସ୍‌ ବିଶ୍ୱବିଦ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଛି ବିଶ୍ୱ ଜନଜାତି ଦିବସ, ଟ୍ରାଇବାଲ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଡ. ଅଖିଳ ବିହାରୀ ଓତା

ଭୁବନେଶ୍ବର(କେନ୍ୟୁଜ୍):କିସ୍‌ ବିଶ୍ୱବିଦ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଛି ବିଶ୍ୱ ଜନଜାତି ଦିବସ । ଏହି ଅବସରରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଟ୍ରାଇବାଲ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଡ. ଅଖିଳ ବିହାରୀ ଓତା । ଆଦିବାସୀମାନଙ୍କର ସାମାଜିକ ଓ ସାଂସ୍କୃତିକ ମୂଲ୍ୟବୋଧ, ଜୀବନଶୈଳୀ ସେମାନଙ୍କର ନିଜର ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ କରୁଥିବା ଲଢେଇ ଉପରେ ସେ କହିଥିଲେ । ବିଶ୍ୱ ଜନଜାତିଙ୍କର ସଂସ୍କୃତି ବହୁ ଉଚ୍ଚକୋଟୀର ।

ଜନଜାତିମାନଙ୍କର ବହୁତ ପ୍ରକାର ଟ୍ରାଇବାଲ୍‌ କଳା ଓ ସଂସ୍କୃତି ରହିଛି । ସେ ସବୁର ଜିଆଇ ଟ୍ୟାଗ୍‌ ହେବାର ଅବାଶ୍ୟକତା ଉପରେ ସେ ଗୁରୁତ୍ୱ ଦେବାକୁ କହିଥିଲେ । ରାଜ୍ୟ ସରକାର ବର୍ତ୍ତମାନ ୨ଟି ଜିନିଷ ଡଙ୍ଗରିଆ କନ୍ଧ ଶାଲ୍‌ ଓ ଲାଞ୍ଜିଆ ସୌରା ପେଣ୍ଟିଂର ଜିଆଇ ଟ୍ୟାଗ ପାଇଁ ଆବଦେନ କରିଛନ୍ତି । ଏବଂ ଆଶା କରାଯାଉଛି ଯେ ଆସନ୍ତା ସେପଟେମ୍ବର ସୁଦ୍ଧା ଏହି ଦୁଇଟି ଜିନିଷ ଜିଆଇ ଟ୍ୟାଗ୍‌ ପାଇବ । କିସ୍‌ ବିଶ୍ୱବଦ୍ୟାଳୟ ଜନଜାତି ପିଲାମାନଙ୍କ ପାଠପଢା ପାଇଁ ଓ ସେମାନଙ୍କ ଉନ୍ନତି ପାଇଁ ଯାହା କରୁଛି ତାହା ସାରା ବିଶ୍ୱ ଦେଖୁଛି ।

kiss34

ଏହାସହିତ କିସ୍‌ ଯେଭଳି ପ୍ରଫେସର ଅଫ୍‌ ପ୍ରାକ୍ଟିସ୍‌, ଆର୍ଟ ଲାବୋରେଟରୀ, ଲାଙ୍ଗୁଏଜ୍‌ ଲାବୋରେଟରୀ ଭଳି ବହୁ ଉଦାହରଣମୂଳକ କାର୍ଯ୍ୟ ମଧ୍ୟ କରୁଛି । ଏହି ଅବସରରେ କିସ୍‌ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କୁ ସେ ଭୂୟସୀ ପ୍ରଶଂସା କରିଥିଲେ । କିସ୍‌ ବିଶ୍ୱବିଦ୍ୟାଳୟର କନ୍‌ଫରେନସ ହଲ୍‌ରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କିସ୍‌ ବିଶ୍ୱବିଦ୍ୟାଳୟର କୁଳପତି ସିଇଓଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.