ବୃଦ୍ଧାଶ୍ରମ ଓ ଦୃଷ୍ଟିହୀନ ବିଦ୍ୟାଳୟ ପାଇଁ ଭଜନ ଗାଇ ପାଣ୍ଠି ସଂଗ୍ରହ କରୁଛନ୍ତି ଦିବ୍ୟାଙ୍ଗମାନେ

ଝାରସୁଗୁଡା: କେବଳ ଜଗନ୍ନାଥ ହିଁ ସାହା ଭରସା । ଆଖି ନଥାଇ ମଧ୍ୟ ସୁନ୍ଦର ଭାବେ ଗାଇ ପାରୁଛନ୍ତି ଭଜନ । ତାଙ୍କ ଭଜନରେ ରହିଛି ଆତ୍ମବିଶ୍ବାସ କିଛି କରି ଦେଖାଇବାର ପ୍ରଚେଷ୍ଟା । ଆଉ ଭଗବାନଙ୍କ ପ୍ରତି ପ୍ରଗାଢ଼ ବିଶ୍ବାସ । ନିଜ ବ୍ଲାଇଣ୍ଡ ସ୍କୁଲ ଓ ଏକ ବୃଦ୍ଧାଶ୍ରମ ପାଇଁ ଅନୁଦାନ ଜୁଟାଉଛନ୍ତି ଦିବ୍ୟାଙ୍ଗ କଳାକାର ।

ଗତ କିଛି ଦିନ ହେବ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଲି ବୁଲି ଜଗନ୍ନାଥ ମନ୍ଦିର ସମ୍ମୁଖରେ ଦାରୁ ବ୍ରହ୍ମା ଦିବ୍ୟାଙ୍ଗ ଭଜନ ସମାରୋହ ଆୟୋଜନ କରି ନବରଙ୍ଗପୁର ଠାରେ ଏକ Blind ସ୍କୁଲ ଓ ବରଗଡ଼ ଠାରେ ଏକ ବୃଦ୍ଧାଶ୍ରମ ପରିଚାଳନା କରିବା ପାଇଁ ଅର୍ଥ ଯୋଗାଡ଼ କାର୍ଯ୍ୟରେ ଏହି କିଛି ଦିବ୍ୟାଙ୍ଗ।

ବିଭିନ୍ନ ଜଗନ୍ନାଥ ମନ୍ଦିରଠାରେ ଏକ ଷ୍ଟେଜ କରି ସେଠାରେ ଏହି ଦିବ୍ୟାଙ୍ଗମାନେ ଭଜନ ପରିବେଶଣ କରି ସ୍କୁଲ ଓ ଆଶ୍ରମ ପାଇଁ ଅର୍ଥ ଯୋଗାଡ଼ କରିଥାନ୍ତି । ସେଥିରୁ କିଛି ପଇସା ନିଜ ପାଇଁ ଖର୍ଚ୍ଚ କରି ଆଉ ସମସ୍ତ ପଇସା ବୃଦ୍ଧାଶ୍ରମ ଓ blind ସ୍କୁଲ ପାଇଁ ଜମା କରିଥାନ୍ତି । ଏହି ଦଳରେ ଥିବା ଗାୟକ, ବାଦକ ସମସ୍ତେ ଦେଖିପାରନ୍ତି ନାହିଁ , ସେମାନେ ଦୃଷ୍ଟିବାଧିତ ହୋଇଥିଲେ ମଧ୍ୟ ବହୁତ ସୁନ୍ଦର ଭଜନ ପରିବେଷଣ କରି ଲୋକଙ୍କ ହୃଦୟକୁ ଜିଣି ପାରିଛି । ଲୋକମାନେ ଏହି ଭଜନ ଶୁଣି ସ୍ଥାନୀୟ ଲୋକେ କିଛି କିଛି ଅର୍ଥ ପ୍ରଦାନ କରିଥାନ୍ତି । ଝାରସୁଗୁଡା ଜିଲ୍ଲାରେ ପ୍ରାୟ ୫ଦିନ ହେବ ଏଠାରେ ରହି ବିଭିନ୍ନ ସ୍ଥାନକୁ ବୁଲି ଏଭଳି ଭଜନ ପରିବେଷଣ କରି ଅର୍ଥ ଉପାର୍ଜନ କରିଥାନ୍ତି ।

Also Read:କଣ୍ଟିଲୋରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ନୀଳମାଧବଙ୍କୁ ଦର୍ଶନ କରିବାର ରହିଛି କାର୍ଯ୍ୟକ୍ରମ