ଓଟିଏମ୍‌ର ୫୨୧ ଏକର ଜମିକୁ ନିଜ ଅକ୍ତିଆରକୁ ନେଲା ଜିଲ୍ଲା ପ୍ରଶାସନ, ଇଡ୍‌କୋକୁ ଦିଆଯାଇଛି ଦେଖାଶୁଣା ଦାୟିତ୍ୱ

କଟକ(କେନ୍ୟୁଜ୍): ହାଇକୋର୍ଟରେ ଓଟିଏମ୍‌ ପୁନଃରୁଦ୍ଧାର ପ୍ରସଙ୍ଗ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଫିସିଆଲ ଲିକ୍ୟୁଡେଟରଙ୍କଠାରୁ ଓଟିଏମ୍‌ର ୫୨୧ଏକର ଜମିକୁ ଜିଲ୍ଲା ପ୍ରଶାସନ ନିଜ ଅକ୍ତିଆରକୁ ନେଇଛି। ଗତ ୩ ତାରିଖ ସୁଦ୍ଧା ହାତକୁ ନେଇଛି ପ୍ରଶାସନ। ଏଥିରେ ଜମି, ଆସବାବ ପତ୍ର ଓ କ୍ୱାର୍ଟର ରହିଛି । ଏହାର ଦେଖାଶୁଣା ଦାୟିତ୍ୱ ଇଡ୍‌କୋକୁ ଦିଆଯାଇଛି ।

 

ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ । ଆସନ୍ତାକାଲି ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଓଟିଏମକୁ ରାଜ୍ୟସରକାର ଟେକଓଭର କରନ୍ତୁ ବୋଲି ଆବେଦନକାରୀ ହାଇକୋର୍ଟରେ ଏକ ମାମଲା ଦାୟର କରିଛନ୍ତି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.