ଚାଣକ୍ୟ ନୀତି : ଏପରି ସୁଖ ଭୋଗ କରୁଥିବା ବ୍ୟକ୍ତିଙ୍କ ପାଇଁ ପୃଥିବୀ ହୋଇଥାଏ ସ୍ୱର୍ଗ ସମାନ

ଆପଣଙ୍କୁ ଚାଣକ୍ୟଙ୍କ ନୀତି ଓ ବିଚାର କଠୋର ଲାଗିପାରେ ହେଲେ ଏହି କଠୋରତା ଜୀବନର ସତ୍ୟତା | ବ୍ୟସ୍ତ ବହୁଳ ଜୀବନରେ ଚାଣକ୍ୟଙ୍କ କଥା ଆପଣଙ୍କୁ ବହୁ ଅସୁବିଧାରୁ ରକ୍ଷା କରିବ | ଚାଣକ୍ୟ ନୀତିରେ ସ୍ୱର୍ଗର କଳ୍ପନା କରୁଥିବା ଲୋକଙ୍କ ପାଇଁ ଚାଣକ୍ୟ ଏମିତି କିଛି କଥା କହିଛନ୍ତି । ଏହି କଥା ସମସ୍ତେ ଜାଣିବା ଉଚିତ ଓ ଏହାକୁ ପ୍ରାପ୍ତ କରିବା ପାଇଁ ପ୍ରୟାସ କରିବା ଉଚିତ୍‌ । ଆସନ୍ତୁ ଜାଣିବା କେଉଁ ଲୋକଙ୍କ ପାଇଁ ପୃଥିବୀ ହୋଇଥାଏ ସ୍ୱର୍ଗ ପରି ।

ପୁତ୍ର ଆଜ୍ଞାକାରୀ ହେଲେ :

ଚାଣକ୍ୟଙ୍କ ମତରେ ଯେଉଁ ପିତାଙ୍କ ସନ୍ତାନ ଆଜ୍ଞାକାରୀ ହୋଇଥାନ୍ତି, ସେହି ପିତାଙ୍କ ପାଇଁ ପୃଥିବୀ ସ୍ୱର୍ଗ ପରି । ଯେଉଁ ସନ୍ତାନ ପିତାଙ୍କ ଧ୍ୟାନ ରଖିଥାନ୍ତି ଓ ଉଚିତ ଆଦର ଓ ସମ୍ମାନ କରିଥାନ୍ତି, ଏପରି ପିତା ଭାଗ୍ୟବାନ ହୋଇଥାନ୍ତି । ଯୋଗ୍ୟ ସନ୍ତାନର ସୁଖ ସ୍ୱର୍ଗ ସୁଖ ଠାରୁ କୌଣସି ଗୁଣରେ କମ ନୁହେଁ ।

ସୁଖ-ଦୁଃଖରେ ସାଥ ଦେଉଥିବା ପତ୍ନୀ :

ଚାଣକ୍ୟଙ୍କ ମତରେ ସେହି ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଯାହାଙ୍କ ପତ୍ନୀ ପୂର୍ଣ୍ଣ ସହଯୋଗ କରିଥାନ୍ତି । ପତି-ପତ୍ନୀ ଏକ ରଥର ଦୁଇଟି ଚକ ସଦୃଶ । ବିପଦ ବେଳେ ଯେଉଁ ପତ୍ନୀ ସାଙ୍ଗରେ ଠିଆ ହେବା ସହ ମାର୍ଗ ଦର୍ଶନ କରିଥାଏ,ଯେଉଁ ସ୍ୱାମୀଙ୍କ ପାଖରେ ଏପରି ଯୋଗ୍ୟ ପତ୍ନୀ ଥାଆନ୍ତି, ତାଙ୍କ ପାଇଁ ପୃଥିବୀ ସ୍ୱର୍ଗ ପରି ହୋଇଥାଏ । ତେଣୁ ପତ୍ନୀଙ୍କ ପରିଚୟ ସଂକଟ ସମୟରେ ହୋଇଥାଏ ।

ଧନ ମାମଲାରେ ସନ୍ତୋଷ ହେବା :

ଯେଉଁ ବ୍ୟକ୍ତିଙ୍କ ପାଖରେ ସନ୍ତୋଷ ଗୁଣ ରହିଥାଏ, ତାଙ୍କୁ ଦୁଃଖ କମ ଘେରିଥାଏ । ଦୁଃଖର ସବୁଠୁ ବଡ଼ କାରଣ ହୋଇଥାଏ ଲୋଭ । ଅର୍ଥ ବ୍ୟକ୍ତିର ମନ ଓ ମସ୍ତିସ୍କକୁ ପ୍ରଭାବିତ କରିଥାଏ । ଯେଉଁ ବ୍ୟକ୍ତି ଲୋଭ ଠାରୁ ଦୂରରେ ରହିଥାଏ ଓ ନିଜ ଧନ ଉପରେ ସନ୍ତୋଷ ରହିଥାଏ ତାଙ୍କ ପାଇଁ ପୃଥିବୀ ସ୍ୱର୍ଗ ପରି ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.