ଫନିରେ ଧ୍ୱସ୍ତ ବିଧ୍ୱସ୍ତ ବିଶ୍ୱର ସର୍ବବୃହତ ଜନଜାତି ଅନୁଷ୍ଠାନ କିସ୍‌ ବିଶ୍ୱବିଦ୍ୟାଳୟ, ପ୍ରାୟ ୫୦ କୋଟିର କ୍ଷତି

ରାଜ୍ୟରେ ଜନଜାତି ପିଲାଙ୍କ ଶିକ୍ଷାର ପ୍ରାଣକେନ୍ଦ୍ର କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନସେସ୍‌ ‘କିସ୍‌’। ବାତ୍ୟା ଫନିରେ ଖୁବ୍‌ ପ୍ରଭାବିତ ହୋଇଛି ବିଶ୍ୱର ଏହି ସର୍ବବୃହତ୍‌ ଜନଜାତି ଆବାସିକ ଶିକ୍ଷାକେନ୍ଦ୍ର।
ବହୁ ମୂଲ୍ୟବାନ୍‌ ପୁସ୍ତକ ଥିବା ଅତି ସୁନ୍ଦର ପାଠାଗାର, ଏକାଡେମିକ୍‌ ବ୍ଳକ ଓ ଆହୁରି ଅନେକ କିଛି ଧ୍ୱସ୍ତ ହୋଇଯାଇଛି ବାତ୍ୟାର ପ୍ରଭାବରେ । ବିନା ଦେୟରେ ସମ୍ପୂର୍ଣ ଆବାସିକ ଅନୁଷ୍ଠାନ ଭାବେ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଛି କିସ୍‌। ନିଜସ୍ୱ ପରିଚାଳନାରେ ହିଁ ପରିଚାଳିତ ହୋଇଥାଏ ଏହି ଅନୁଷ୍ଠାନ । ବାତ୍ୟାରେ କିନ୍ତୁ ଏହାର ସୁନ୍ଦରତମ କ୍ୟାମ୍ପସ୍‌ ଓ ବୃହତ ପାଠାଗାର ଧ୍ୱଂସ ସ୍ତୁପରେ ପରିଣତ ହୋଇଥିବାରୁ ସମଗ୍ର ଜନଜାତି ସଂପ୍ରଦାୟର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ନାହିଁ ନଥିବା ଦୁଃଖ । କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଅତ୍ୟନ୍ତ ଆଗ୍ରହ ସହକାରେ ଏହାକୁ ଜନଜାତି ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ନିର୍ମାଣ କରିଥିଲେ। ତେବେ ତାଙ୍କ ଅକ୍ଳାନ୍ତ ପରିଶ୍ରମ ମାଟିରେ ମିଶି ଯାଇଛି । ଫନି ଯୋଗୁ କିସ୍‌ରେ ଅନ୍ୟୁନ ୫୦ କୋଟି ଟଙ୍କାର ସମ୍ପତ୍ତି କ୍ଷତି ହୋଇଥିବା ଆକଳନ କରାଯାଉଛି ।
କିସ୍‌ ପରିସରରେ ଥିବା ଆନ୍ତଜାର୍ତିକ ତୀରନ୍ଦାଜୀ ପଡ଼ିଆ ବି କ୍ଷତିଗ୍ରସ୍ତ ହୋଇଛି। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଏହି ପଡ଼ିଆରେ ବର୍ଷ ତମାମ ଆନ୍ତଜାର୍ତିକ ସ୍ତରର ତୀରନ୍ଦାଜୀ ପ୍ରତିଯୋଗିତା ଓ ପ୍ରଶିକ୍ଷଣ ଚାଲୁ ରହିଥାଏ । ମହାବାତ୍ୟା ଫନିରେ ଏହାର ଭିତ୍ତିଭୂମି ସମ୍ପୂର୍ଣ ମାଟିରେ ମିଶି ଯାଇଛି ଏବଂ ବାଧାପ୍ରାପ୍ତ ହୋଇଛି ତୀରନ୍ଦାଜୀ ପ୍ରତିଯୋଗିତା ଓ ପ୍ରଶିକ୍ଷଣ ।
ଫନି ମହାବାତ୍ୟା ଯୋଗୁ ଧୂସର ହୋଇଯାଇଛି କିସ୍‌ ଓ କିଟ୍‌ ସବୁଜିମା । ବର୍ଷ ବର୍ଷ ଧରି ପ୍ରତିଷ୍ଠାତା ଡ. ସାମନ୍ତଙ୍କ ପ୍ରଚେଷ୍ଟାରେ ରୋପଣ କରାଯାଇଥିବା ହଜାର ହଜାର ଗଛ ଟଳି ପଡ଼ିଛି ଫନିର ପ୍ରହାରରେ। ଆସନ୍ତା ଜୁଲାଇ ମାସରେ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ । ଏହା ପୂର୍ବରୁ କିସ୍‌ କ୍ୟାମ୍ପସର ପୁନରୁଦ୍ଧାର କିପରି କରାଯିବ ସେନେଇ କିସ୍‌ କତ୍ତୃର୍ପକ୍ଷଙ୍କ ଚିନ୍ତା ବଢିଯାଇଛି । ଏସବୁ ସୌନ୍ଦର୍ଯ୍ୟ, ନିର୍ମାଣ ଓ ସବୁଜିମା ଫେରାଇ ଆଣିବାକୁ କିସ୍‌ ଓ କିଟ୍‌ କର୍ମଚାରୀମାନେ ସ୍ୱତଃପ୍ରବୃତ୍ତ ଭାବେ କାମରେ ଲାଗି ପଡିଛନ୍ତି । ପୁନର୍ବାର କିସ୍‌ର ସୁନ୍ଦରତା ଫେରାଇ ଆଣିବାକୁ ପ୍ରତିଷ୍ଠାତା ଡ.ସାମନ୍ତ ଅଣ୍ଟା ଭିଡିଛନ୍ତି । ଖୁବ୍‌ ଶୀଘ୍ର ଏହାର ସ୍ଥିତି ସ୍ୱାଭାବିକ ହୋଇଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

 

KNews Bureau

Recent Posts

ଆଜି ଶପଥ ଗ୍ରହଣ କରିବେ ମୋଦି, ବାଲୁକା କଳାରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ (କେନ୍ୟୁଜ): ଲଗାତାର ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ…

16 mins ago

ଆଜିଠୁ ଆରମ୍ଭ ହେବ ମୋଦିଙ୍କ ତୃତୀୟ ପାଳି, ସନ୍ଧ୍ୟା ୭ଟା ୧୫ରେ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ

ନୂଆଦିଲ୍ଲୀ : ଆଜି ସଂଧ୍ୟାରେ ମୋଦିଙ୍କ ଶପଥ । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର…

29 mins ago

ସୁପରସଣ୍ଡେରେ ସୁପର ମୁକାବିଲା, ଟି୨୦ ବିଶ୍ବକପରେ ଆଜି ଭାରତ-ପାକିସ୍ତାନ ମୁକାବିଲା

ସୁପରସଣ୍ଡେରେ ସୁପର ମୁକାବିଲା । ଟି୨୦ ବିଶ୍ବକପରେ ଆଜି ହାଇଭୋଲଟେଜ ଟକ୍ଟର । ଆଉ କିଛି ଘଣ୍ଟା ପରେ ପାରମ୍ପରିକ…

40 mins ago

ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ, ଏପଟେ ଜଳୁଛି ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ । ସ୍ବାଭାବିକ ସମୟ ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି…

49 mins ago

ଆଜିର ରାଶିଫଳ : ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ

ମେଷ : କାର୍ଯ୍ୟ ସମ୍ବନ୍ଧୀୟ କିଛି ସୃଜନାତ୍ମକ ଚିନ୍ତାଧାରା ମନକୁ ଆସିପାରେ, ଯାହାକୁ ଆପଣ ନିଜ କାମରେ ବ୍ୟବହାର କରିପାରିବେ,…

8 hours ago

ଓଡ଼ିଶାର ଗଣମାଧ୍ୟମ ପରିବାର ପକ୍ଷରୁ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମ ଜଗତର ପ୍ରମୁଖ ବ୍ୟକ୍ତିିତ୍ୱ ରାମୋଜୀ ରାଓଙ୍କ ବିୟୋଗରେ ଓଡ଼ିଶାର ମିଡିଆ ପରିବାର ମଧ୍ୟରେ ଗଭୀର…

9 hours ago