News

ବୋହୂର ଚୁଟି ଘୋଷାରି ମାରିଲେ ଶ୍ୱଶ୍ୱର, ଦେଖନ୍ତୁ ଗାଁ ଦାଣ୍ଡରେ ଶ୍ୱଶୁର ବୋହୂଙ୍କର ଧସ୍ତାଧସ୍ତିର ଦୃଶ୍ୟ

ଟାଙ୍ଗି (କେନ୍ୟୁଜ) : ବୋହୂର ଚୁଟି ଧରି ଘୋଷାଡିଲେ ଶ୍ୱଶୁର। କ୍ୟାମରୋରେ କଏଦ ହେଲା ଶ୍ୱଶୁର ବୋହୁଙ୍କ ଧସ୍ତାଧସ୍ତି ଦୃଶ୍ୟ। ଘର ବାହାରେ ଚାଲିଛି ଶ୍ୱଶୁର ବୋହୂଙ୍କ ଘମାଘୋଟ ଲଢ଼େଇ। ବୋହୂର ଚୁଟି ଧରି ଗାଁ ଦାଣ୍ଡକୁ ଠେଲି ଦେଲେ ଶ୍ୱଶୁର। ହଁ ଆଜ୍ଞା, ଆପଣ ଠିକ୍‌ ପଢୁଛନ୍ତି , ‘ଶ୍ୱଶୁର’-‘ବୋହୂ’। ଆପଣ ଶାଶୁ ବୋହୂଙ୍କ କଳି ବିଷୟରେ ତ ଶୁଣିଥିବେ ଦେଖିଥିବେ ମଧ୍ୟ, କିନ୍ତୁ ଏଠି ଚାଲିଛି ଶ୍ୱଶୁର-ବୋହୁଙ୍କ ମଧ୍ୟରେ ତୁ ତୁ ମେଁ ମେଁ।

ଶ୍ୱଶୁର-ବୋହୁଙ୍କର ଏହି ଲଢ଼େଇର ଦୃଶ୍ୟ ଏବେ ଦାଣ୍ଡରେ ପଡି ହାଟରେ ପଡିଲାଣି। ଆଉ ଏ ଖବର ପାଣି ଭଳି ସୋସିଆଲ ମିଡିଆରେ ଭାଇରାଲ ବି ହେଉଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋପିକାନ୍ତପୁର ଗାଁରେ। ଏଇ ଶ୍ୱଶୁର ବୋହୂଙ୍କର ଏମିତି ଧସ୍ତାଧସ୍ତି କାହିଁକି ହେଉଛି ଆପଣ ନିହାତି ଜାଣିବାକୁ ଚାହୁଁଥିବେ। ତେବେ ଆପଣଙ୍କୁ ଚାହିଁବୁ ଯେ ଶ୍ୱଶୁର ଜଣଙ୍କ ଯୌତୁକ ଦାବିରେ ଏହି ମହିଳାଙ୍କୁ ଘରୁ ବାହାର କରିଦେଇଛନ୍ତି ଆଉ ପୁଅର ଅନ୍ୟତ୍ର ବାହାଘର କରିଦେଇଛନ୍ତି।

ସୂଚନା ମୁତାବକ ନୟାଗଡ ଜିଲ୍ଲା ପୋକଗାଡିଆ ଗାଁର ନିତ୍ୟାନନ୍ଦ ମହାପାତ୍ରଙ୍କ ଝିଅ ଲକ୍ଷ୍ମୀପ୍ରିୟା ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଗୋପିନାଥପୁର ଗାଁର ପରୀକ୍ଷିତ ଦାସଙ୍କ ପୁଅ ସତ୍ୟବ୍ରତ ଦାସଙ୍କୁ ବୈଦିକ ରିତୀରେ ବିବାହ କରିଥିଲେ। ଏହାପରେ ସେମାନଙ୍କର ଝିଅଟିଏ ବି ହେଲା। କିନ୍ତୁ ବାହାଘରର ୨ ବର୍ଷ ପରେ ହଠାତ୍‌ ଚାଲିଲା ଯୌତୁକ ନିର୍ଯ୍ୟାତନା। ଶ୍ୱଶୁର, ଶାଶୂ,ଦେଢ଼ଶୁର, ଯାଆ, ନଣନ୍ଦ ଏବଂ ସ୍ୱାମୀ ସମସ୍ତେ ମିଶି କଥା କଥାରେ ମାଡ ମାରିଲେ। ଏତିକିରେ ସରିଲାନି ମାଡ ମାରି ଘରୁ ବାହାର କରିଦେଇ ଟଙ୍କା ଆଣିବାକୁ ମଧ୍ୟ କହନ୍ତି ଶାଶୁ ଘର ଲୋକେ।

ଲକ୍ଷ୍ମୀପ୍ରିୟାଙ୍କ ସ୍ୱାମୀ ବାଙ୍ଗାଲୋରରେ ଚାକିରି କରିଥିବାରୁ ସେ ବାହାରେ ରୁହନ୍ତି। ଆଉ ଘରେ ବୋହୂକୁ ଏକୁଟିଆ ପାଇ ବାରମ୍ବାର ବୋହୂ ସହିତ ଦୁର୍ବବ୍ୟହାର କରିବାକୁ ପ୍ରୟାସ କରିଥିଲେ ଶ୍ୱଶୁର। ଏଥିରେ ବୋହୂ ପ୍ରତିବାଦ କରିବାରୁ ବୋହୂକୁ ଝାଡୁରେ ବାଡେଇ ଦେହ ମୁଣ୍ଡ ଫଟାଇ ଦେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ବୋହୂ। ତେବେ ଏ ସମ୍ପର୍କରେ ସ୍ୱାମୀ ଜାଣିବା ପରେ ତାଙ୍କୁ ତାଙ୍କ ଝିଅକୁ କର୍ମସ୍ଥଳୀ ବାଙ୍ଗାଲୋରକୁ ନେଇଗଲେ। ସେଠାରେ ୧୮ ମାସ ରହିବା ପରେ ଗାଁକୁ ଫେରିଥିଲେ। କିନ୍ତୁ ପୁର୍ନବାର ଚାଲିଲା ଯୌତୁକ ନିର୍ଯ୍ୟାତନା। ଶାଶୁ ଶ୍ୱଶର ଦେଢ଼ଶୁର, ଯାଆ, ନଣନ୍ଦ ଏବଂ ସ୍ୱାମୀ ସମସ୍ତେ ମିଶି ଏମିତି ମାଡ ମାରିଲେ ଯେ ରକ୍ତାକ୍ତ ଏବଂ ଅଚେତ ଅବସ୍ଥାରେ ବୋହୂକୁ ଘରୁ ବାହାର କରିଦେଲେ। ଖାଲି ଏତିକି ନୁହେଁ ବୋହୂକୁ ପାଗଳୀ ବୋଲି କହି ଅଦାଲତରେ ମକଦ୍ଦମା ମଧ୍ୟ ରୁଜୁ କରିଥିଲେ ଶ୍ୱଶୁର।

ଏପଟେ ବୋହୂ ମଧ୍ୟ ସ୍ୱାମୀଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଇଥିଲେ। ଯାହାପରେ ସ୍ୱାମୀ ମାସେ ଜେଲରେ ରହିବା ପରେ ସ୍ତ୍ରୀକୁ ପାଖକୁ ନେଇଯିବେ ବୋଲି ପ୍ରତିଶୃତି ଦେଇଥିଲେ। କିନ୍ତୁ ସ୍ୱାମୀ ଗୋପନରେ ଗତ ଫେବୃୟାରୀ ମାସରେ ଅନ୍ୟତ୍ର ବିବାହ କରିଦେଲେ। ଯାହାକୁ ଶୁଣିବା ପରେ ବୋହୂ ଶ୍ୱଶୁର ଘରକୁ ଫେରି ନିଜ ହକ୍‌ ପାଇଁ ଲଢ଼ିଲେ କିନ୍ତୁ ଶ୍ୱଶୁର ଘର ବନ୍ଧରେ ବାଡ ଦେଇ ବୋହୂକୁ ଛାଡିଲେନି ଘର ଭିତରକୁ। ଯାହାପରର ଦୃଶ୍ୟ ଅଛି ଆପଣଙ୍କ ସାମ୍ନାରେ।

Pritiparna

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

3 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

6 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

10 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

22 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

39 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago