ଯଶିପୁର ପୋଲିସକୁ ପୁଣି ସଫଳତା, ଗଞ୍ଜେଇ ଭର୍ତ୍ତି ଗାଡ଼ି ସହ ୩ ମାଫିଆ ଗିରଫ

କରଞ୍ଜିଆ: ଯଶିପୁର ପୋଲିସକୁ ପୁଣି ସଫଳତା । ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ ସହ ୩ ମାଫିଆଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ୧୦ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

ସୂଚନା ଅନୁସାରେ ରବିବାର ସକାଳୁକଟକ ଜିଲ୍ଲା ବଡ଼ମ୍ବା କୋଷିକିଆରି ଅଞ୍ଚଳରୁ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇଥିଲା ପୋଲିସ । ଏନେଇ ୪୯ନଂ ଜାତୀୟ ରାଜପଥ କଡ଼ରେ ଯଶୀପୁର ପୋଲିସ ଚେକିଂ କରୁଥିଲା । ଏତିକି ବେଳେ ପୋଲିସ ଗାଡିକୁ ଧକା ଦେଇ ଫେରାର ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ହେଲେ ଯଶୀପୁର ପୋଲିସ ଗୋଡେଇ ଗୋଡେଇ ଧରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ଦୁଇଟି ଗାଡି ଏବଂ ଏକ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ହେବ । ତେବେ ପୋଲିସ ତିନିଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

 

 

You might also like