News

ହୃଦଘାତ ଜନିତ ସମସ୍ୟାକୁ ଦୂର କରିବା ପାଇଁ ନିୟମିତ ଗ୍ରହଣ କରନ୍ତୁ ଏହି ସବୁ ଖାଦ୍ୟ

ସାଧାରଣତଃ ଦୈନନ୍ଦିନ ଜୀବନରେ ଉପୁଜୁଥିବା ସମସ୍ୟାର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ଏହାଦ୍ୱାରା ଆମ ଶରୀରରେ ଅନେକ ସମସ୍ୟା ଦେଖିବାକୁ ମିଳେ। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ମଣିଷ ଚିନ୍ତାଗ୍ରସ୍ତ ହୋଇଯାଏ। ସମୟକ୍ରମେ ଏହା ଆମକୁ ବୋଝ ଉପରେ ନଳିତା ବିଡ଼ା ଭଳି ମନେହୁଏ। ଦୁଃଶ୍ଚିନ୍ତା କାରଣରୁ ହୃଦଘାତ ଜନିତ ସମସ୍ୟା ଅଧିକ ଦେଖାଯାଏ। ଏହି ମାମଲା କେବଳ ଭାରତରେ ନୁହେଁ ବରଂ ସାରା ଦୁନିଆରେ ମାତ୍ରାଧିକ ଭାବେ ବଢୁଛି।

ସର୍ଭେ ଅନୁଯାୟୀ ହୃଦଘାତ ପୂର୍ବ ସମୟରେ କେବଳ ବୟସ୍କଙ୍କ ମଧ୍ୟରେ ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ଯୁବକ ତଥା କମ ବୟସର ବ୍ୟକ୍ତି ମଧ୍ୟ ଏହି ରୋଗର ଶିକାର ହେଉଛନ୍ତି। ଆମେରିକାର ଏକ ରିପୋର୍ଟ ଅନୁଯାୟୀ, ଭାରତରେ ୨୦୧୫ ପର୍ଯ୍ୟନ୍ତ ୬.୨ କୋଟି ଲୋକ ହୃଦଘାତରେ ପୀଡ଼ିତ ହୋଇଥିଲେ। ସେଥିମଧ୍ୟରୁ ୪.୨ କୋଟି ଲୋକଙ୍କ ବୟସ ୪୦ ବର୍ଷରୁ କମ। ଏଥିପାଇଁ ସମସ୍ତଙ୍କୁ ସତର୍କ ରହିବା ଆବଶ୍ୟକ।

ଉଷୁମ କ୍ଷୀର:
ହୃଦଘାତରୁ ରକ୍ଷା ପାଇବା ପାଇଁ ସର୍ବଦା ଉଷୁମ ଖାଦ୍ୟ ଗ୍ରହଣ କରନ୍ତୁ। ଏଥିପାଇଁ ଆପଣ ଉଷୁମ କ୍ଷୀରରେ ହଳଦୀ ତଥା କେଶର ପକାଇ ପିଇ ପାରିବେ।

ଡାଳିମ୍ବ ରସ:
ଡାଳିମ୍ବ ରସ ସୁସ୍ଥ ତ୍ୱଚା ଓ କେଶ ପାଇଁ ଯେତିକି ଉପଯୋଗୀ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପଯୋଗୀ। ଏହାର ରସ ହୃଦଘାତ ଜନିତ ସମସ୍ୟାକୁ ଦୂର କରିଥାଏ।

ରସୁଣ ଓ ଅଦା:
ରସୁଣ ଓ ଅଦାରେ ଔଷଧିୟ ଗୁଣ ଭରପୂର ମାତ୍ରାରେ ରହିଥାଏ। ଆଣ୍ଟି ଇନଫ୍ଲେମେଣ୍ଟି , ଆଣ୍ଟି ବ୍ୟାକଟେରିଆ ତଥା ଆଣ୍ଟି ବାୟୋଟିକ୍ସ ଗୁଣରେ ଭରପୂର ରହିଛି। ଏହାର ସେବନ କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ। ଏହାଦ୍ୱାରା ଶରୀର ସୁସ୍ଥ ରୁହେ।

ସେଓ ରସ:
ସେଓ ରସ ଶରୀର ପାଇଁ ବେଶ ଉପଯୋଗୀ ହୋଇଥାଏ। ଏହାର ସିରକା ଶରୀର ପାଇଁ ଔଷଧି ରୂପେ କାମ କରିଥାଏ। ଖାଲି ପେଟରେ ଏହାକୁ ସେବନ କରିବା ଦ୍ୱାରା ହୃଦଘାତ ସମସ୍ୟା ଦୂର ହୋଇଥାଏ।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

17 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

31 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

46 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

56 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago