ହୀରାବେନ ମୋଦୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଆସୁଛି ସୁଧାର, ଖୁବଶୀଘ୍ର ମେଡିକାଲରୁ ହେବେ ଡିସଚାର୍ଜ

କେନ୍ୟୁଜ୍‌(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ ମୋଦୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି । ଏନେଇ ମେଡ଼ିକାଲ କତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲିଠୁ ହୀରାବେନଙ୍କୁ ଅହମଦାବାଦର ୟୁଏନ ମେହଟା ଇନଷ୍ଟିଚ୍ୟୁଟ ଅଫ୍‌ କାର୍ଡିଓଲୋଜି ଏଣ୍ଡ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି କରାଯାଇଛି । ଖୁବଶୀଘ୍ର ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯିବ ବୋଲି କୁହାଯାଇଛି । ଗତକାଲି ପ୍ରଧାନମନ୍ତ୍ରୀ ମେଡିକାଲରେ ତାଙ୍କ ମାଆଙ୍କୁ ସାକ୍ଷାତ କରିଥିଲେ ।

ବିଶ୍ୱନେତାଙ୍କଠୁ ଆରମ୍ଭ କରି ଦେଶର ବହୁନେତା ପ୍ରଧାନମନ୍ତ୍ରୀ ମାଆଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ଵିଟକରି ଲେଖିଛନ୍ତି ମାଆ ଓ ପୁଅର ପ୍ରେମ ଚିରନ୍ତନ ଏହାର କୌଣସି ମୂଲ୍ୟନାହିଁ । ମୋଦୀଜୀ ମୋର ପ୍ରେମ ଓ ସହଯୋଗ ଆପଣଙ୍କର ଏହି ଦୁଃଖ ସମୟରେ ରହିଛି । ମୁଁ ଆଶା କରୁଛି ଆପଣଙ୍କ ମାଆ ଶୀଘ୍ର ଭଲ ହୋଇଯିବେ ।

ଏହାସହ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗନ୍ଧୀ ମଧ୍ୟ ମୋଦୀଙ୍କ ମାଆଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ସେହିପରି ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ଆରଗ୍ୟ କାମନା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.