ଯାଜପୁର : ଚଣ୍ଡୀଖୋଲ-ଡୁବୁରୀ ୫୩ ନଂ ଜାତୀୟ ରାଜପଥର ଦୁରବସ୍ଥା ଦୂର କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି

ଯାଜପୁର ଟାଉନ (କେ ନ୍ୟୁଜ୍‌) : ବାରମ୍ବାର ଦାବି ଓ ଆନ୍ଦୋଳନ ସତ୍ତ୍ୱେ ଶୁଣୁ ନାହାନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ । ଫଳରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ଡୁବୁରୀ ୫୩ ନଂ ଜାତୀୟ ରାଜପଥ ଏବେ ମରଣ ଯନ୍ତାରେ ପରିଣତ ହୋଇଛି । ଗତ କିଛି ମଧ୍ୟରେ ୨୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କର ଜୀବନ ମଧ୍ୟ ଗଲାଣି । କେବଳ ନାଁକୁ ମରାମତି କରି କାମ ସାରି ଦେଉଛି ଏନ୍‌ଏଚ୍‌ଏଆଇ । ଏହାର ପ୍ରତିବାଦ କରି ସ୍ଥାନୀୟ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଗାମୀ ୩ ତାରିଖ ଦିନ ଜାତୀୟ ରାଜପଥ ବନ୍ଦ କରିବାକୁ ଡାକରା ଦେବା ପରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିଛି ।

ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ବିରାଟ ବିରାଟ ଖାଲ ହେବା ସହିତ କବାଟବନ୍ଧ ଠାରେ ଥିବା ବ୍ରାହ୍ଣଣୀ ପୋଲ ସମ୍ପୂର୍ଣ୍ଣ ବିପଦ ସଂକୁଳ ଅବସ୍ଥାରେ ରହିଛି । ବ୍ରିଟିଶ ସମୟରୁ ନିର୍ମିତ ଏହି ପୋଲଟି ମରାମତି ଅଭାବରୁ ନଷ୍ଟ ହୋଇଗଲାଣି ।ଅଥଚ ଦ୍ୱିତୀୟ ପୋଲ ନିର୍ମାଣ ପାଇଁ କୌଣସି ବ୍ୟବସ୍ଥା କରୁ ନାହାନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ । ଯାଜପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ସଚେତନ ନାଗରିକ ମଂଚ, ବିଭିନ୍ନ ଟ୍ରକ ଓ ବଜାର ସଂଘର କର୍ମକର୍ତ୍ତା, ପରିବହନ ଅଧିକାରୀ ଯୋଗ ଦେଇ ରାସ୍ତାର ଦୁରବସ୍ଥା ସଂପର୍କରେ ଆଲୋଚନା କରିଥିଲେ ।

ଅଭିଯୋଗକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ସ୍ୱୀକାର କରିବା ସହିତ ଆଗାମୀ ଡିସେମ୍ବର ୩୧ ତାରିଖ ସୁଦ୍ଧା ମରାମତି କାମ ଶେଷ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଥିସହିତ ୪ ଲେନ୍‌ କାମ ୨ ମାସ ମଧ୍ୟରେ ଆରମ୍ଭ ହେବ ବୋଲି ଜିଲ୍ଲାପାଳଙ୍କୁ ସୂଚନା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.