ଶିବଲିଙ୍ଗର ପ୍ରକାର ଭେଦ ସହ ଜାଣନ୍ତୁ ଏହାର ପୂଜାର ଇତିହାସ

ଶ୍ରାବଣ ମାସ ବିଶେଷ ରୂୂପେ ଭଗବାନ ଶଙ୍କରଙ୍କୁ ସମର୍ପିତ କରାଯାଇଛି। ଏହି ମାସକୁ ପବିତ୍ର ମାସ ରୂପେ ମନାଯାଏ । ଭଗବାନ ଶିବଙ୍କ ଏହି ମାସରେ ଅନେକ ଭକ୍ତ ଶିବଙ୍କ ପାଇଁ ବ୍ରତ ଉପବାସ ରଖିଥାନ୍ତି। ତେବେ ଏହା ପ୍ରମୁଖ ରୂପେ ୨ ପ୍ରକାରର ଥାଏ । ପ୍ରଥମ ଆକାଶୀୟ ବା ଉଲ୍କା ଶିବଲିଙ୍ଗ ଏବଂ ୨ୟ ପାରଦ ଶିବଲିଙ୍ଗ । କିନ୍ତୁ ପୌରାଣିକ ମାନ୍ୟତା ଅନୁଯାୟୀ, ଏହା ୬ ପ୍ରକାରର। ତାହା ହେଉଛି ଦେବଲିଙ୍ଗ, ପୁରାଣ ଲିଙ୍ଗ, ବରଫ ଶିବଲିଙ୍ଗ, ଭୂତେଶ୍ୱର ଶିବଲିଙ୍ଗ, ପ୍ରାକୃତିକ ଶମ୍ଭୁ ଶିବଲିଙ୍ଗ, ସିଦ୍ଧେଶ୍ୱର ଶିବଲିଙ୍ଗ। ଏମିତି ଅନେକ ନାମରେ ଶିବଲିଙ୍ଗ ଦୁନିଆରେ ଆବିର୍ଭାବ ହୋଇଛନ୍ତି। ତାହା ଗଣିବା ଅସମ୍ଭବ। କିନ୍ତୁ ଆପଣ ଜାଣନ୍ତି କି ମନ୍ଦିରରେ ଥିବା ଏହି ଶିବଲିଙ୍ଗ କେତେ ଭାଗରେ ଏବଂ କେଉଁ ପ୍ରକାରେ ଅଛନ୍ତି।

ଆପଣ ଯେଉଁ ଶିବଲିଙ୍ଗକୁ ପୂଜା କରୁଛନ୍ତି ପ୍ରକୃତରେ ତାହା ପଛରେ ବିଜ୍ଞାନ ଲୁଚି ରହିଛି। ଆମେ ଆଜି ଏହା ସମ୍ପର୍କରେ ଆପଣଙ୍କୁ କହିବୁ। ଶିବଲିଙ୍ଗର ୩ଟି ଭାଗ ରହିଥାଏ । ପ୍ରଥମ ଭାଗ ଏହାର ତଳେ ଭୂମିଗତ ରହିଥାଏ। ମଧ୍ୟଭାଗରେ ଚନ୍ଦନ କର୍ପୂର ଆଦି ଲଗାଯାଇଥାଏ। ଶୀର୍ଷ ଭାଗ ଏହାର ଅଗ୍ରଭାଗକୁ ବୁଝାଏ । ଯାହା ଅଣ୍ଡାକାର ସଦୃଶ୍ୟ ହୋଇଥାଏ। ଏହି ୩ ଭାଗରେ ତ୍ରିଦେବ ବାସ କରିଥାନ୍ତି।

ତିନି ଭାଗରୁ ବ୍ରହ୍ମା ପ୍ରଥମ ଭାଗରେ, ବିଷ୍ଣୁ ମଧ୍ୟ ଭାଗରେ ଏବଂ ଭଗବାନ ଭୋଳାନାଥ ଶୀର୍ଷ ବା ଅଗ୍ର ଭାଗରେ ରୁହନ୍ତି। ଶିବଲିଙ୍ଗର ଶୀର୍ଷ ଭାଗରେ ଜଳ ଅର୍ପଣ କରଯାଏ । ଶିବଲିଙ୍ଗର ମଥାରେ ତିନୋଟି ରେଖା ବା ତ୍ରିପୁଣ୍ଡ ବିନ୍ଦୁ ରହିଥାଏ । ସମସ୍ତ ଶିବ ମନ୍ଦିରରେ ଶିବଲିଙ୍ଗକୁ ଗୋଲାକାର ଗର୍ଭଗୃହ ମଧ୍ୟରେ ରହିଥାଏ। ଏହାର ଆକାର ଅଣ୍ଡାକାର ସଦୃଶ୍ୟ ହୋଇଥାଏ। ତେବେ ଏହାର ଆକାରକୁ ନେଇ ପ୍ରାଚୀନ ଋଷି ମୁନିଙ୍କ ଦ୍ୱାରା ବ୍ରହ୍ମାଣ୍ଡରେ ଥିବା ବୈଜ୍ଞାନିକ ରହସ୍ୟ ସମ୍ପର୍କରେ ସତ୍ୟ ପ୍ରକଟ କରିବା ପାଇଁ ବିଭିନ୍ନ ରୂପରେ ଏହାର ସ୍ପଷ୍ଟିକରଣ ଦିଆଯାଇଛି।

ପ୍ରାଚୀନ ସହର ମେସୋପୋଟାମିଆ ଏବଂ ବିବୋଲିନରେ ଶିବଲିଙ୍ଗକୁ ପୂଜା କରିବାର ପ୍ରମାଣ ମିଳିଛି। ଏହାସହ ମହେଞ୍ଜୋଦାରୋ ଏବଂ ହଡ଼ପ୍ପାର ବିକଶିତ ସଂସ୍କୃତିରେ ଶିବଲିଙ୍ଗକୁ ପୂଜା କରିବାର ତାତ୍ତ୍ୱିକ ପ୍ରମାଣ ମିଳିଛି। ଆମେ ସମସ୍ତେ ଜାଣିଛେ ସଭ୍ୟତାର ଆରମ୍ଭରେ ଲୋକଙ୍କ ଜୀବନ ପ୍ରଥମେ ପଶୁ ପକ୍ଷୀ ଓ ପ୍ରକୃତି ଉପରେ ନିର୍ଭର ଥିଲା। ସିନ୍ଧୁ ସଭ୍ୟତାରେ ମିଳିଥିବା ଏକ ଶିଳାରେ ତିନି ମୁହଁ ଥିବା ଏକ ପୁରୁଷକୁ ଦେଖିଥିଲେ ଯାହାର ଆଖପାଖରେ ଅନେକ ପଶୁଥିଲେ । ତେଣୁ ଏହା କାରଣରୁ ଭଗବାନ ଶିବଙ୍କୁ ପଶୁପତିଙ୍କ ସ୍ୱରୂପ ରୂପେ ମନାଯାଏ।

ତେବେ ସିନ୍ଧୁ ଘାଟୀ ସଭ୍ୟତାରେ କାଳିବିଙ୍ଗ ଏବଂ ଅନ୍ୟ ସ୍ଥାନରେ ପକ୍କା ମାଟିର ଶିବଲିଙ୍ଗକୁ ପ୍ରଥମେ ପ୍ରାରମ୍ଭିକ ଭାବେ ପୂଜା କରିବା ଆରମ୍ଭ ହୋଇଥିଲା। ପ୍ରମାଣରୁ ଏହା ଜଣାପଡିଛି ଯେ, ଶିବଲିଙ୍ଗର ପୂଜା ୩୫୦୦ ଖ୍ରୀଷ୍ଟପୂର୍ବରୁ ୨୩୦୦ ଖ୍ରୀଷ୍ଟପୂର୍ବ ମଧ୍ୟରେ ହୋଇଥିଲା। ଏଭଳି ଅନେକ ଇତିହାସ ଲୁଚି ରହିଛି ଯାହା ପୌରାଣିକ ମାନ୍ୟତାର ପ୍ରମାଣ ଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.