ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଟାଙ୍ଗିଆରେ ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା

killବଲାଙ୍ଗିର: ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀକୁ ଟାଙ୍ଗିଆରେ ହତ୍ୟା କରିବା ପରେ ସ୍ୱାମୀ କରିଛି ଆତ୍ମହତ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା କଲୋନୀ ପଡା ଗାଁରେ। ଗତକାଲି ବିଳମ୍ବିତ ରାତିରେ କୈଣସି କଥାକୁ ନେଇ ସ୍ୱାମୀ କପୁର ଚାନ୍ଦ ବଚ୍ଛାଙ୍କ ସହ ସ୍ତ୍ରୀ କୈକେୟା ବଚ୍ଛାଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ରାଗିଯାଇ କପୁରଚନ୍ଦ ତାଙ୍କ ସ୍ତ୍ରୀଙ୍କୁ ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟା କରିଥିଲେ। ପରେ ନିଜେ ଆତ୍ମହତ୍ୟା କରିଥିଲେ। ସେପଟେ ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.