ତାତିରୁ ମିଳିବନି ନିସ୍ତାର: ଆହୁରି ୩-୪ଦିନ ପର୍ୟ୍ୟନ୍ତ ଜାରି ରହିବ ଖରା ଓ ଗୁଳୁଗୁଳି

ଆଜି ଦିନ ୧୧ଟାରୁ ଅପରାହ୍ନ ୨ଟା ପର୍ୟ୍ୟନ୍ତ ଆକାଶରୁ ଅଗ୍ନିବର୍ଷା ହେବା ସହ ମୌସୁମୀ ଦୁର୍ବଳ ହେବାରୁ ତାପମାତ୍ରା ବୃଦ୍ଧି ପାଇଛି । ଆସନ୍ତା କାଲି ପର୍ୟ୍ୟନ୍ତ ହିଟ୍ ୱେଭ ଆଲର୍ଟ ଜାରି କରିଛି ରାଜ୍ୟ ପାଣିପାଗ କେନ୍ଦ୍ର । ଉତ୍ତର ପୁର୍ବ ଦିଗରୁ ଆସୁଥିବା ଗରମ ପବନ ମୌସୁମୀ ବାୟୁକୁ ଦୁର୍ବଳ କରିଛି । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଲେ ପାଗରେ ପରିବର୍ତ୍ତନ ଆସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଗତକାଲି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ରାଜଧାନୀ ଭୁବନେଶ୍ୱର ରହିଥିବା ବେଳେ ଏଠାରେ ପାରଦ ୪୨ ଦଶମିକ ୨ ଡିଗ୍ରୀ ଛୁଇଁଥିଲା । ସେହିପରି ରାଜ୍ୟର ୭ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଥିଲା । ପ୍ରବଳ ଗରମ ଓ ଗୁଳିଗୁଳିରେ ଜନଜୀବନ୍ତ ଅସ୍ତବ୍ୟସ୍ତ ହୋଇପଡୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.