କଲମ୍ବୋ : ଆଜି ଶ୍ରୀଲଙ୍କା ପ୍ରେମଦାସା ଷ୍ଟାଡିୟମରେ ଚାଲିଛି ଭାରତ-ପାକିସ୍ତାନ ଲଢ଼େଇ । ଆଇସିସି ମହିଳା ବିଶ୍ବକପ୍ ପ୍ରତିଯୋଗିତାର ଆଜିର ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ଠିକ୍ ୫୦ ଓଭରରେ ୧୦ ୱିକେଟ୍ ହରାଇ ୨୪୭ ରନ୍ କରିଛି । ଜବାବରେ ୨୪୮ ରନର ବଡ଼ ଲକ୍ଷ୍ୟ ନେଇ ଖେଳୁଥିବା ପାକିସ୍ତାନ ୪ ଓଭରରେ ଗୋଟିଏ ୱିକେଟ୍ ହରାଇ ୬ ରନ୍ କରିଛି । ପୁରୁଷ ଦଳ ଭଳି ଆଜି ବି ଭାରତୀୟ ମହିଳା ଦଳ ପାକ୍ ଖେଳାଳିଙ୍କ ସହ ହାତ ମିଳାଇ ନାହାନ୍ତି ।
ଭାରତ ପକ୍ଷରୁ ଓପ୍ନର ପ୍ରତୀକା ରାୱଲ ୩୧ ଓ ସ୍ମୃତି ମନ୍ଧାନା ୨୩ ରନ୍ କରିଥିଲେ । ପରେ ହରଲିନ ଦେଓଲ ସର୍ବାଧିକ ୪୬, ଜେମିମା ରଡ୍ରିଗୁଏଜ୍ ୩୨, ଦୀପ୍ତି ଶର୍ମା ୨୫ ରନ୍ କରିଥିଲେ । ଶେଷ ଭାଗରେ ସ୍ନେହା ରାଣା ୨୦, ରିଚା ଘୋଷ ମାତ୍ର ୨୦ ବଲରେ ବିସ୍ଫୋରକ ୩୫ ରନ୍ କରି ଦଳୀୟ ସ୍କୋରକୁ ୨୦୦ ରନ୍ ପାର କରିବାରେ ସାହାଯ୍ୟ କରିଥିଲେ । ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିବା ୱିକେଟ୍ କିପର ରିଚା ୩ଟି ଚୌକା ଓ ୨ଟି ଛକା ମାରିଛନ୍ତି । ଅଧିନାୟିକା ହରମନ ପ୍ରୀତ କୌର ୧୯ ରନ୍ ସ୍କୋର କରିଥିଲେ ।
ପାକିସ୍ତାନ ତରଫରୁ ଡାଏନା ବେଗ୍ ସର୍ବାଧିକ ୪ଟି ଏବଂ ସାଦିଆ ଇକବାଲ ଓ ଅଧିନାୟିକା ଫତିମା ସାନା ୨ଟି ଲେଖାଏଁ ୱିକେଟ୍ ଦଖଲ କରିଛନ୍ତି ।