ଦେଶର କିଛି ମହାନ ବ୍ୟକ୍ତିତ୍ବ ! ଯେଉଁମାନଙ୍କୁ ଘୃଣା କରୁଥିବା ଲୋକ ଖୋଜିଲେ ବି ମିଳିବେନି ଆପଣଙ୍କୁ

‘‘କୁଛ୍ ତୋ ଲୋଗ୍ କହେ ଗେଁ, ଲୋଗୋ କା କାମ୍ ହୈ କେହ ନା’’ । ହିନ୍ଦି ସିନେମାର ଏହି ଲୋକପ୍ରିୟ ଗୀତଟି କିଏ ବା ନଶୁଣିଛି । ଯାହାର ଅର୍ଥ ହେଉଛି କିଛି ନା କିଛି ଲୋକ ମାନେ କହିବେ, କାରଣ ଲୋକଙ୍କ କାମ ହେଉଛି କହିବା ।  ଦୁନିଆରେ ଯେମିତି ବି ପ୍ରସିଦ୍ଧ ଲୋକ ଥାନ୍ତୁ ନା କାହିଁକି, ଯେତେ ଭଲ ହୋଇଥାନ୍ତୁ ନା କାହିଁକି ଲୋକମାନେ ସେମାନଙ୍କ ଭିତରୁ କିଛି ନା କିଛି ଖରାପ ଗୁଣ ବାଛି ହିଁ ନିଅନ୍ତି । ଏଠି ଏମିତି ଅନେକ ଲୋକ ଅଛନ୍ତି ଯାହାର ପରିଚୟ ପୂର୍ବରୁ ହିଁ ଲୋକ ମାନେ ଏମାନଙ୍କୁ ଚିହ୍ନି ସାରିଥାନ୍ତି । ଜଣେ ବଡ କବି କହିଛନ୍ତି ‘‘ଜଣେ ବ୍ୟକ୍ତି ସମସ୍ତଙ୍କୁ ଖୁସି ରଖିପାରିବ ନାହିଁ, କିଛି ଲୋକ ଭଗବାନଙ୍କ ଉପରେ ମଧ୍ୟ ଅସନ୍ତୁଷ୍ଟ ହୋଇଥାନ୍ତି କିନ୍ତୁ ଏହି ଧରିତ୍ରୀରେ ଏମିତି କିଛି ଲୋକ ବି ଜନ୍ମ ହୋଇଥାନ୍ତି, ଯେଉଁ ମାନେ ଜୀବନ ସାରା ଅନ୍ୟ ମାନଙ୍କ ଠାରୁ କେବଳ ଭଲବପାଇବା ହିଁ ପାଇଥାନ୍ତି’’ । ଯେଉଁଠି ବି ଏମାନଙ୍କ ନାଁ ନିଆଯାଏ ତ, ଏମାନେ କେବଳ ପ୍ରଶଂସା ହିଁ ପାଇଥାନ୍ତି । କହିବାକୁ ଗଲେ ଏମାନଙ୍କ ନିନ୍ଦା କରୁଥିବା ଲୋକ ଖୁବ୍ ନଗଣ୍ୟ ।

ଏ ପି ଜେ ଅବଦୁଲ୍ କଲାମ :

adbul kalamଭାରତର ପୂର୍ବତନ ରାଷ୍ଟ୍ରପତି ଏ ପି ଜେ ଅବଦୁଲ୍ କଲାମ କେବଳ ଲୋକ ମାନଙ୍କର ହୃଦୟ ଜିତିଛନ୍ତି । ଦେଶର ଏହି ସୂପୁତ ଜଣଙ୍କ ସମସ୍ତ ବର୍ଗଙ୍କୁ ନିଜ ଉପରେ ଗର୍ଭ କରିବାର ସୁଯୋଗ ଦେଇଛନ୍ତି । ହିନ୍ଦୁ ହୁଅନ୍ତୁ କି ମୁସଲମାନ କଲାମଙ୍କ ନାଁ ଶୁଣିବା ମାତ୍ରେ ସ୍ବର ଉଚ୍ଚା ହୋଇଯାଇଥାଏ ।

ରାହୁଲ ଦ୍ରାବିଡ୍ :

dravidଭାରତର ପୂର୍ବତନ ଅଧିନାୟକ ଓ କ୍ରିକେଟର ରାହୁଲ ଦ୍ରାବିଡ୍ ଅଲଗା ଶୈଳୀର ଖେଳାଳି ଥିଲେ । ଖେଳରେ ସବୁ ବେଳେ ନିଜର ଉଚ୍ଚକୋଟିର ପଦର୍ଶନ ଦେଇଛନ୍ତି । ଭାରତୀୟ କ୍ରିକେଟରେ ବ୍ୟାଟିଂରେ ପାଚେରୀ ଭଳି ଠିଆ ହୋଇଥିବା ରାହୁଲଙ୍କ ପ୍ରସଂସକଙ୍କ, ଆଲୋଚକଙ୍କ ଠାରୁ ବହୁତ ବେଶୀ ।

ଲାଲ୍ ବାହାଦୁର୍ ଶାସ୍ତ୍ରୀ :

shastriଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ନିଜର ମହାନ ବ୍ୟକ୍ତିତ୍ବ ପାଇଁ ଆଜି ପର୍ୟ୍ୟନ୍ତ ସମ୍ମାନୀତ । ମହାନତା ପାଇଁ ଶାସ୍ତ୍ରୀଙ୍କୁ ଘୃଣା କରୁଥିବା ଲୋକ ବହୁତ କଷ୍ଟରେ ହିଁ ମିଳିଥାନ୍ତି । ଜୟ ଜବାନ୍ ଜୟ କିସାନ୍ ସ୍ଲୋଗାନ୍ ଦେଇ ଦେଶକୁ ଏକ ଦିଶା ଦେଇଥିଲେ ।

ଗୌତମ ବୁଦ୍ଧ :

budhhaଜ୍ଞାନର ପଥ ଦେଇ ଦୁନିଆକୁ ମୋକ୍ଷର ପରିଚୟ କରାଇଥିବା ସନ୍ଥ ମହାତ୍ବା ବୁଦ୍ଧଙ୍କୁ ଘୃଣା କରୁଥିବା ବ୍ୟକ୍ତି ଆମକୁ ମିଳିବେ ନାହିଁ । ଏହି ମହାନ୍ ସନ୍ଥ ଡାକୁ ଅଙ୍ଗୁଲିମାଲାଙ୍କୁ ବି ଭଲପାଇବାର ପାଠ ପଢାଇ ଦେଇଥିଲେ ।

ନୱାନୁଜୁଦ୍ଦିନ୍ ସିଦ୍ଦିକି :

nawajuddinକାସ୍ କେହି ଏହି ଅଭିନେତାଙ୍କୁ ଘୃଣା କରୁଥିବା ମିଳିଯାନ୍ତେ ଯିଏ ନିଜ କଠିନ ଅଧ୍ୟବସ୍ୟାୟ ବଳରେ ଧରିତ୍ରୀରୁ ଉଠି ଆକାଶ ଛୁଇଁ ଥିଲେ । ବହୁ ବର୍ଷ ସଂଘର୍ଷ କରିବା ପରେ ଏହି ବ୍ୟକ୍ତି ଜଣଙ୍କ ପୂରା ଦେଶରେ ନିଜ ଅଭିନୟର ଯାଦୁରେ ସମସ୍ତଙ୍କ ହୃଦୟ ଛୁଇଁ ପାରିଛନ୍ତି ।

ରଜନୀ କାନ୍ତ୍ :

rajnikantସାଉଥର ସୁପରଷ୍ଟାର୍ ରଜନୀକାନ୍ତ । ଏପରିକି ଏହି ହିରୋଙ୍କୁ ସାଉଥରେ ପୂଜା କରାଯାଉଛି । ଯଦିଓ ଆପଣଙ୍କୁ ଏହି ଲୋକପ୍ରିୟ ଅଭିନେତାଙ୍କ ନାଁ ରେ ଜ୍ଞରଜ୍ଞରଗ୍ଦ କରୁଥିବା ଲୋକ ଦେଖା ଦେଇପାରନ୍ତି, ମଜ୍ଜା ଜୋକ୍ ଦେଖା ଦେଇପାରେ କିନ୍ତୁ ତାଙ୍କୁ ଘୃଣା କରୁଥିବା ଲୋକ ଆଦୌ ମିଳିବେ ନାହିଁ ।

ପ୍ରେମ୍ ଚାନ୍ଦ :

premchandକଲମର ଜାଦୁଗର କୁହାଯାଇଥିବା ଏହି ବ୍ୟକ୍ତିଙ୍କର ସମାଲୋଚକ ଖୋଜିବା ବହୁତ କଷ୍ଟ । ତାଙ୍କ ଲେଖା ସବୁ ସମାଜ ପାଇଁ ଆହ୍ବାନ ହୋଇଥାଏ । ନିଜ ଲେଖା ଓ କାହାଣୀରେ ଅନ୍ୟ ମାନଙ୍କର ଜୀବନକୁ ଖୁବ୍ ଭଲଭାବେ ଉଲ୍ଲେଖ କରିପାରୁଥିଲେ । ଭାରତୀୟ ଗଦ୍ୟ ସାହିତ୍ୟକୁ ପ୍ରେମ କରୁଥିବା ପ୍ରତ୍ୟେକ ବ୍ୟକ୍ତି ପ୍ରେମ୍ ଚାନ୍ଦଙ୍କ ଋଣି ଅଟନ୍ତି ।

ଭଗତ୍ ସିଂ :

bhagat singhଭାରତର ସ୍ବାଧୀନତା ପାଇଁ ନିଜକୁ ସହିଦ୍ କରିଥିବା ଭଗତ୍ ସିଂଙ୍କୁ ଖାଲି ଭାରତରେ ନୁହେଁ ପାକିସ୍ଥାନରେ ମଧ୍ୟ ଲୋକେ ମନେ ପକାଇଥାନ୍ତି । ଆଜିର ଯୁବପିଢିଙ୍କ ପାଇଁ ଭଗତ୍ ସିଂ ହେଉଛନ୍ତି ଆର୍ଦଶ । କେହିବି ତାଙ୍କର ସମାଲୋଚକ ନାହାଁନ୍ତି ।

ଗାଲିବ୍ :

galibଏମିତି କେହି ଜଣେ ବ୍ୟକ୍ତି ନଥିବା ଯିଏ ମହାନ୍ ସାୟର୍ ମିର୍ଜା ଅସଦୁଲ୍ଲାହା ଖାଁ ଗାଲିବଙ୍କ ଜାଣିନଥିବ । କରଜ ଏବଂ ମଦରେ ବୁଡି ଯାଇଥିଲେ ମଧ୍ୟ ଗାଲିବଙ୍କୁ ଘୃଣା କରୁଥିବା ବ୍ୟକ୍ତି ଜଣେ ଜଣେ କରି ତାଙ୍କୁ ଦିବାନା ବନିବାକୁ ଲାଗିଲେ । ଏକଦା ଗାଲିବ ନିଜ ବଷୟରେ କହିଥିଲେ ’ହୋଗା କୋଇ ଏସା ଭି କି ଗାଲିବ କୋ ନ ଜାନେ, ସାୟର୍ ତୋ ବୋ ଅଚ୍ଛା ହୈ ପର ବଦନାମ୍ ବହତ୍ ହୈ । ଆଜି ବି ସାୟରଙ୍କ ନାଁ କହିଲେ ସର୍ବପ୍ରଥମେ ଗାଲିବଙ୍କ ନାଁ ଆସେ । ପ୍ରେମୀ ମାନଙ୍କ ପାଇଁ ଯେମିତି ଜଣେ ଦେବଦୂତ ହେଉଛନ୍ତି ଗାଲିବ୍ ।

You might also like