ଫେସବୁକରେ ହେବ ଆଧାର କାର୍ଡ ଲିଙ୍କ୍‌, ଟଙ୍କାଦେଲେ ଫେସବୁକ ଇନଷ୍ଟାରେ ମିଳିବ ବ୍ଲୁଟିକ୍

ଟ୍ଵିଟର ସିଇଓ ଏଲନ ମସ୍କଙ୍କ ବାଟରେ ମାର୍କ ଜୁକରବର୍ଗ । ଟ୍ଵିଟର ପରେ ମେଟା ବ୍ଲୁଟିକ୍‌ ପେଡ୍‌ ଭେରିଫିକେସନ ସିଷ୍ଟମ ଆଣିଛି । ଇନଷ୍ଟା ଓ ଫେସବୁକ ପାଇଁ ଟେଷ୍ଟିଙ୍ଗ ଫେଜ୍‌ରେ ରହିଛି । ମେଟା ପକ୍ଷରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଏହାର ରୋଲ ଆଉଟ କରାଯାଇଛି । ଖୁବଶୀଘ୍ର ଏହା ଅନ୍ୟ ଦେଶରେ ଉପଲବ୍ଧ ହେବ ।

କେନ୍ୟୁଜ୍‌(ବ୍ୟୁରୋ) : ଟ୍ଵିଟର ପଛେ ପଛେ ମେଟା । ଟ୍ଵିଟର ସିଇଓ ଏଲନ ମସ୍କଙ୍କ ବାଟରେ ମାର୍କ ଜୁକରବର୍ଗ । ଟ୍ଵିଟର ପରେ ମେଟା ବ୍ଲୁଟିକ୍‌ ପେଡ୍‌ ଭେରିଫିକେସନ ସିଷ୍ଟମ ଆଣିଛି । ମେଟା ଅନୁଯାୟୀ ଏହି ପେଡ୍‌ ଭେରିଫିକେସନ ସିଷ୍ଟମ ଇନଷ୍ଟା ଓ ଫେସବୁକ ପାଇଁ ଟେଷ୍ଟିଙ୍ଗ ଫେଜ୍‌ରେ ରହିଛି । ଏହି ସପ୍ତାହରେ ମେଟା ପକ୍ଷରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଏହାର ରୋଲ ଆଉଟ କରାଯାଇଛି । ଏହାସହ ଖୁବଶୀଘ୍ର ଏହା ଅନ୍ୟ ଦେଶରେ ଉପଲବ୍ଧ ହେବାକୁ ଯାଉଛି ।

ମେଟା ସିଇଓ ମାର୍କ ଜୁକରବର୍ଗ ମେଟା ଭେରିଫାଏଡର ଲଞ୍ଚ ଘୋଷଣା କରିଛନ୍ତି । ବ୍ଲୁ ଟିକ୍‌ ବା ଭେରିଫାଏଡ ଆକାଉଣ୍ଟ ପାଇବା ପାଇଁ ଫେସବୁକ ଓ ଇନଷ୍ଟା ୟୁଜରଙ୍କୁ ମାସକୁ ୯୯୧ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏଥିପାଇଁ ମେଟାକୁ ମାସିକ ୯୯୧ ଟଙ୍କା ୟୁଜର ଫି ଦେବାକୁ ହେବ । ଜୁକରବର୍ଗଙ୍କ କହିବା ଅନୁଯାୟୀ ଏହି ନୂଆ ପେଡ୍‌ ସବକ୍ରିପସନ ଏହା ଅଥେନଟିସିଟି ଓ ସିକ୍ୟୁରିଟିକୁ ବଢାଇବ । ସବକ୍ରିପସନ ସହିତ ୟୁଜର ଏକ ବ୍ଲୁ ବ୍ୟାଚ ପାଇ ପାରିବେ । ଏହାସହ ଆପଣଙ୍କ ଆକାଉଣ୍ଟ ଅଧିକ ସୁରକ୍ଷିତ ରହିବ । ଏହାସହ କଷ୍ଟମର ସପୋର୍ଟର ଡାଇରେକ୍ଟ ଆକସେସ ମିଳିବ । ମେଟା ଭେରିଫାଏଡ ୟୁଜରଙ୍କ ପୋଷ୍ଟର ଭିଜିବିଲିଟି ବଢିବା ସହ ଏହା ଅଧିକ ଲୋକଙ୍କ ପାଖରେ ପହଁଚି ପାରିବ । ସର୍ଚ୍ଚ, କମେଣ୍ଟ ଓ ରେକୋମେଡେସନରେ ଅଧିକ ଆକସେସ ମିଳିବ ।

ଏବେ ଆସନ୍ତୁ ଜାଣିବା ଏଥିପାଇଁ ଆପଣଙ୍କୁ କେଉଁସବୁ ଡକ୍ୟୁମେଣ୍ଟର ଆବଶ୍ୟକ ପଡ଼ିବ । ଏକ ସରକାରୀ ପରିଚୟପତ୍ର ସହାୟତାରେ ଆପଣ ଆପଣଙ୍କ ଆକାଉଣ୍ଟକୁ ଭେରିଫିକେସନ କରିପାରିବେ । ଯେକୌଣସି ସରକାରୀ ପରିଚୟ ପତ୍ରରେ ଆପଣ ଭେରିଫିକେସନ କରି ପାରିବେ । ଅର୍ଥାତ ଆପଣ ଆପଣଙ୍କ ଆଧାରକାର୍ଡ, ଭୋଟର ଆଇଡି, ପାସପୋର୍ଟ, ପାନକାର୍ଡ, ଆପଣଙ୍କ ଜବ ଆଇଡି କାର୍ଡ ଭିତରୁ ଯେକୌଣସିକୁ ବ୍ୟବହାର କରି ବ୍ଲୁଟିକ ପାଇ ପାଇ ପାରିବେ ।

ଏବେ ଆସନ୍ତୁ ଜାଣିବା ବ୍ଲୁ ଟିକ୍‌ ପାଇବା ପାଇଁ କଣ ଯୋଗ୍ୟତା ଥିବା ଆବଶ୍ୟକ । ଏଥିପାଇଁ ଆପଣଙ୍କ ବୟସ ୧୮ ବର୍ଷ ହୋଇଥିବା ନିହାତି ଜରୁରି । ଆପଣଙ୍କ ପୂର୍ବ ପୋଷ୍ଟ ଗୁଡ଼ିକୁ ଏଥିପାଇଁ ଆନାଲାଇଜ କରାଯିବ । ୟୁଜର ସିଧାସଳଖ ଭାବେ ତାଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ପାଇଁ ଆପ୍ଲାଏ କରିପରିବେ । ଏହାସହ ତାଙ୍କୁ ଏକ ସରକାରି ପରିଚୟ ପତ୍ର ଦେବାକୁ ପଡ଼ିବ । ଆପଣଙ୍କ ଯାଞ୍ଚ ହେଲାପରେ ମେଟା ପକ୍ଷରୁ ଆପଣଙ୍କୁ ବ୍ଲୁଟିକ ମିଳିପାରିବ । ବିଜନେସ ଆକାଉଣ୍ଟ କିନ୍ତୁ ବ୍ଲୁଟିକ୍‌ ପାଇଁ ଆବେଦନ କରିପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.