ମେକ୍ ଇନ ଓଡ଼ିଶା କନକ୍ଳେଭ – ୨୦୧୮ର କଣ୍ଟ୍ରି ପାର୍ଟନର ହେବ ଜାପାନ

ଭୁବନେଶ୍ବର (କେନ୍ୟୁଜ୍) : ମେକ୍ ଇନ ଓଡ଼ିଶା କନକ୍ଳେଭ – ୨୦୧୮ର କଣ୍ଟ୍ରି ପାର୍ଟନର ହେବ ଜାପାନ । ବ୍ୟାଙ୍କିଂ ପାର୍ଟନର ହେବ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ । ରାଜ୍ୟ ସଚିବାଳୟରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଓଡ଼ିଶା ପୂର୍ବ ଭାରତର ମାନୁଫ୍ୟାକଚରିଂ ହବ୍ ହେବ ବୋଲି କହିବା ସହ ‘ପ୍ରଥମ ମେକ୍ ଇନ୍ ଓଡ଼ିଶା’ ସଫଳ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେପଟେ ରାଜ୍ୟ ସଚିବାଳୟରେ ୨ଟି ପ୍ରକଳ୍ପର ଶୁଭାରମ୍ଭ ଓ ୧୩ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ନବୀନ । ଏଥିପାଇଁ ୨ ହଜାର ୯୦୧ କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ୩ ହଜାର ୯୧ ଜଣଙ୍କୁ କର୍ମନିଯୁକ୍ତି ମିଳିବ । ଗଞ୍ଜାମରେ ୧୧୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହୋଇଥିବା ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ ଓ ବଲାଙ୍ଗିରରେ ୫୭ କୋଟି ଟଙ୍କାରେ ପ୍ରତିଷ୍ଠା ହୋଇଥିବା ଜ୍ୟୋତି ସୋଲାର ସଲ୍ୟୁସନସର ଶୁଭାରମ୍ଭ ହୋଇଛି । ସୁନ୍ଦରଗଡ଼ ରାଜଗାଙ୍ଗପୁରରେ ୧୯୯୪ କୋଟି ଟଙ୍କାରେ ପ୍ରତିଷ୍ଠା ହେବାକୁ ଥିବା ଓସିଏଲ୍ ଇଣ୍ଡିଆ କଂପାନୀ ପ୍ରକଳ୍ପ ପାଇଁ ଶିଳାନ୍ୟାସ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.