କରୋନାରେ ଯୌତୁକ ପାଇଁ ଦିଆଗଲା ଲକ୍ଷାଧିକ ଟଙ୍କା ସହ ମୂଲ୍ୟବାନ ଜିନିଷ, ଖବର ହେଲା ଭାଇରାଲ

ଉତ୍ତରପ୍ରଦେଶ ଶାମଲୀରେ କ୍ୟୁରେଶୀ ସମାଜରେ ହୋଇଥିବା ବିବାହ ଏବେ ରହିଛି ଖୁବ ଚର୍ଚ୍ଚାରେ । ବିବାହରେ ମିଳିଥିବା ଯୌତୁକର ଭିଡିଓ ପାଇଁ ସୋସିଆଲ ମିଡିଆରେ ଭାଇରାଲ ହେଲେ ଏହି ବ୍ୟକ୍ତି ଜଣକ । ଏହି ଭିଡିଓରେ ଖୁଲମ ଖୁଲା ଭାବେ ଯୌତୁକରେ କେତେ ଅର୍ଥାରାଶି ଆଦି ଜିନିଷ ମିଳିଲା ସେ ସମ୍ପର୍କରେ କହୁଛନ୍ତି ।

ଯୌତୁକ ଏକ ସମାଜିକ କୁପ୍ରଥା । ଏହା ପାଇଁ ସମାଜରେ ଖରାପ ପ୍ରଭାବ ପଡିଥାଏ । ତେଣୁ ଏହାର ବିରୋଧ କରି ସରକାର ଏକ ନିୟମ ପ୍ରଣୟନ କରିଥିଲେ । ଯଦି କୌଣସି ବ୍ୟକ୍ତି ଜୋର ଜବରଦସ୍ତ ଭାବେ ଯୌତୁକ ଡିମାଣ୍ଡ କରୁଛନ୍ତି ତେବେ ତାଙ୍କୁ ଆଇନତଃ ଦଣ୍ଡ ମିଳିବ । କିନ୍ତୁ କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ କେବେ ସୁଧୁରିବେନି । କରୋନା କାଳରେ ଏଭଳି ଘଟଣା ନିଶ୍ଚୟ ଆଶ୍ଚର୍ଯ୍ୟକାରୀ ।

214
pc: aajtak

ନିକଟରେ ବିବାହ ପାଇଁ ଝିଅ ଘର ଲୋକେ ପରମ୍ପରା ନିର୍ବାହ କଲେ । ପରେ ପୁଅ ମୁଣ୍ଡରେ ହାତ ରଖିବା ପାଇଁ ୫ ଲକ୍ଷ ଟଙ୍କା ଦେଲେ । ଏହା ପାଖାପାଖି ୧୦ ଦିନ ତଳର ଘଟଣା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏଭଳି ୨ଟି ମାମଲା ସାମ୍ନାକୁ ଆସିଛି । ପ୍ରଥମ ଭାଇରାଲ ଭିଡିଓରେ ଟଙ୍କାର ବର୍ଷା କରାଯାଉଛି । ୨୦ ଲକ୍ଷ ୫୧ ହଜାର ଟଙ୍କା ସହ ୪୦ଟି ସୁନା ହାର, ୩୦ଟି ଚାନ୍ଦିରେ ତିଆରି ଜିନିଷ ଦିଆଯାଇଛି । ଏହାସହ ସେଲ୍ଟୋଜ କାର ମଧ୍ୟ ଦିଆଯାଇଛି ।

2355
pc: aajtak
35
pc: aajtak

ଦ୍ୱିତୀୟ ଭିଡିଓରେ କନ୍ୟା ଘର ଲୋକେ ବର ମୁଣ୍ଡ ଉପରେ ହାତ ରଖିବା ପାଇଁ ୫ ଲକ୍ଷ ଟଙ୍କା ଦେଇଥିଲେ । ଫଟୋରୁ ଆପଣ ସବୁକିଛି ଦେଖିପାରୁଥିବେ । କରୋନା ସମୟରେ ଅନେକ ଲୋକ ମଧ୍ୟ ଏଠାରେ ଜମା ହୋଇ ରହିଛନ୍ତି । ଏଭଳି ଅଭାବନୀୟ ଘଟଣାକୁ ଦେଖି ଆପଣ ବିଚାର କରନ୍ତୁ । ଯୌତୁକ ଭଳି ସାମାଜିକ କୁପ୍ରଥା ସହ କରୋନା ସମୟରେ ଏଭଳି ଘଟଣା ଘଟିବା କେତେଦୂର ଠିକ । ତେବେ ଏହାକୁ ନେଇ ଆଇନତଃ ଯାଞ୍ଚ ଚାଲିଛି ବୋଲି ପୋଲିସ ଅଧିକାରୀ ଅମିତ ସକସେନା ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.