ମୋବାଇଲ୍‌ ଟର୍ଚ୍ଚରେ ପରୀକ୍ଷା ଖାତା ଦେଖୁଛନ୍ତି ଅଧ୍ୟାପକ, ହୋଇଛି ଏମିତି ଅସୁବିଧା

ନବରଙ୍ଗପୁର : ପିଲାଙ୍କ ଭବିଷ୍ୟତ କୁହାଯାଉଥିବା ବୋର୍ଡ ପରୀକ୍ଷା ଖାତା ଦେଖା ଚାଲିଛି ମୋବାଇଲ ଟର୍ଚ୍ଚରେ l ଏଭଳି ପରିସ୍ଥିତିରେ ସଠିକ ମୂଲ୍ୟାୟନ ହେବ କି ନାହିଁ ତାକୁ ନେଇ ସନ୍ଦେହ ଉପୁଜିଛି ।
ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ମହାବିଦ୍ୟାଳୟ ମୂଲ୍ୟାୟନ କେନ୍ଦ୍ରରେ l ଯେଉଁଠି ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ପିଲାଙ୍କ ପରୀକ୍ଷା ଖାତାର ଦ୍ଵିତୀୟ ପର୍ଯ୍ୟାୟ ଏବଂ +3 ପଞ୍ଚମ ବର୍ଷ ଖାତାର ମୂଲ୍ୟାୟନ ଚାଲିଛି ।ଆଜି ଯୁକ୍ତ ଦୁଇ ଦ୍ଵିତୀୟ ପର୍ଯ୍ୟାୟ ମୂଲ୍ୟାୟନର ପ୍ରଥମ ଦିନରେ ଏମ୍‌ଆଇଏଲ୍‌ (ଓଡ଼ିଆ) ଓ ଇକୋନମିକ୍ସ ଖାତା ଦେଖା ଚାଲିଛି l ଯେଉଁଠି ୩୨ ଜଣ ଅଧ୍ୟାପକ ଖାତା ଦେଖୁଛନ୍ତି । ବର୍ତ୍ତମାନ ସୁଦ୍ଧା ୧୫ଜଣ ଅଧ୍ୟାପକ ଅନ୍ଧାରରେ ନିଜ ମୋବାଇଲ ଟର୍ଚ୍ଚ ଲଗାଇ ଖାତା ଦେଖୁଛନ୍ତି ।

ଅବଶ୍ୟ ପରୀକ୍ଷା ଖାତା ମୂଲ୍ୟାୟନ କୋଠରୀରେ ଲାଇଟ ବ୍ୟବସ୍ଥା ରହିଛି ହେଲେ ବିଜୁଳି ଚାଲିଗଲେ ବିକଳ୍ପ ବ୍ୟବସ୍ଥା କିଛି ନାହିଁ । ତେଣୁକିଛି ଅଧ୍ୟାପକ ବାହାରେ ଟେବୁଲ ପକାଇ ମୂଲ୍ୟାୟନ କରୁଛନ୍ତି l ଆଉ କିଛି ଘର ଭିତରେ ମୋବାଇଲ୍‌ ଟର୍ଚ୍ଚରେ ଖାତା ଦେଖୁଛନ୍ତି ।

ଅନ୍ୟପଟେ ଏଭଳି ଅବ୍ୟବସ୍ଥାକୁ ନେଇ ନବରଙ୍ଗପୁର ମହାବିଦ୍ୟାଳୟର ପ୍ରିନସିପାଲ କହିଛନ୍ତି ଯେ ଆମ ମହାବିଦ୍ୟାଳୟରେ ଯୁକ୍ତ ତିନି ପଞ୍ଚମ ବର୍ଷର ପରୀକ୍ଷା ଖାତା ମୂଲ୍ୟାୟନ ସହିତ ଯୁକ୍ତ ଦୁଇ ପ୍ରଥମ ବର୍ଷର ପରୀକ୍ଷା ଚାଲିଛି । ଆଜି ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଦ୍ଵିତୀୟ ପର୍ଯ୍ୟାୟ ଖାତା ଦେଖା ଆରମ୍ଭ ହୋଇଥିବାରୁ ଏଭଳି ଅବ୍ୟବସ୍ଥା ହୋଇଛି । ତେବେ ଆସନ୍ତାକାଲି ଠାରୁ ଉଚିତ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.