ତୁମେ ଗଲା ପରେ ଏ ଫଗୁଣ ଟା କାହିଁକି କେଜାଣି ଫିକା ଫିକା ଲାଗୁଛି । ଅଦିନିଆ ବର୍ଷା ଦେଖିଲେ ଭିଜିବାକୁ ଆଉ ଭଲ ଲାଗୁନି, କୃଷ୍ଣ ଚୂଡ଼ାର ରଙ୍ଗ ଦେଖି ତାକୁ ଆଉ ଛୁଇଁବାକୁ ଇଛା ହଉନି, ତୁମେ ତ କହିଥିଲ ଦୂର ଦିଗବଳୟ ଅସ୍ତ ଗାମୀ ସୂର୍ଯ୍ୟ ଭଳି ମୋ ହାତ ଥାପି ବାଟ ଚାଲିବ…. ରାତି ଆସିଲେ ମିଞ୍ଜି ମିଞ୍ଜି ତାରା ହୋଇ ମୋ ଜୀବନକୁ ଉଦ୍ଭାସିତ କରିବ …. ସତରେ ସବୁ କଥା ତୁମର ଆଜି ମୋ ପାଇଁ ସ୍ମୃତି ହୋଇ ରହିଗଲା l ଏ ଥିଲା ଜଣେ ବିରହୀ ପ୍ରେମିକ ସ୍ୱାମୀର ମନ ତଳେ କୁହୁଳୁ ଥିବା ପ୍ରେମର ଧୂଆଁ l
ତେବେ ଆଜି ଆମେ ଆପଣଙ୍କୁ ଏକଥା କାହିଁକି କହୁଛୁ ଆସନ୍ତୁ ଜାଣିବା ଘଟଣା ପଛର ସତ କଣ ? …. ବିନ୍ଦୁସାଗର ଉତ୍ତର ଘାଟ ସେଦିନ କାର୍ତ୍ତିକ ପୁର୍ଣ୍ଣମୀ ପାଇଁ ଲୋକଙ୍କ ଗହଳି ଚହଳି ଲାଗିଥାଏ l କିଏ ନିଜ ନିଜର ଛୁଆପିଲା ନେଇ ଡ଼ଙ୍ଗା ଭସାଉ ଥାନ୍ତି ଆଉ କିଏ ଦମ୍ପତି ଧର୍ମ ଆଉ ଈଶ୍ୱରଙ୍କ ଅର୍ଥେ ପ୍ରଣାମ ଜଣାଇ ଡ଼ଙ୍ଗା ଭସାଉଥାନ୍ତି l କିଏ କେତେ ଖୁସି ଥାଆନ୍ତି ତାହା ତାହା ବର୍ଣ୍ଣନା କରିହେବ ନାହିଁ l ଏକ ପ୍ରକାର ଉତ୍ସବମୁଖର ପରିବେଶ ଭିତରେ ବିନ୍ଦୁସାଗରରେ ଭସାଉଥାଆନ୍ତି ଡଙ୍ଗା l
ଆମେ ଖବର ସଂଗ୍ରହ ପାଇଁ ସେଠାରେ ଅପେକ୍ଷା କରିଥାଉ….. ହଠାତ ଏକ ଯୁବକଙ୍କ ଉପରେ ଆମର ନଜର ପଡ଼ିଲା l ଯୁବକ ଜଣକ ବିନ୍ଦୁସାଗର ଉତ୍ତର ପାର୍ଶ୍ୱରେ ଥିବା ଦ୍ୱାରରେ ବସି ଏକ ଲୟରେ ଚାହିଁ ଥାନ୍ତି ବିନ୍ଦୁସାଗର ଆଡକୁ l ଆଉ ଦେଖୁଥାନ୍ତି ଡ଼ଙ୍ଗା ଭସାଇ ଖୁସି ମନାଉ ଥିବା ପ୍ରତ୍ୟେକ ଲୋକଙ୍କୁ l ମଝିରେ ମଝିରେ ନିଜ ସ୍ଥାନରୁ ଉଠି ଡ଼ଙ୍ଗା ଭସାଉ ଥିବା ଲୋକଙ୍କୁ ଯାଇ ବୁଲି ବୁଲି ଏପାଖ ସେପାଖେ ଦେଖୁଥାଆନ୍ତି l ପୁଣି ଆସି ନିଜ ସ୍ଥାନରେ ବସି ପଡୁଥାନ୍ତି l ପୁଣି ଥରେ ବିନ୍ଦୁସାଗର କୂଳରେ ଯାଇ ଡ଼ଙ୍ଗା ଭସାଉଥାନ୍ତି l ଏଣେତେଣେ ଚାହିଁ କ’ଣ କାହାକୁ ଦେଖୁଥାଆନ୍ତି l କଣ ସବୁ ଭାବୁଥାଆନ୍ତି ତାପରେ ଫେରି ଆସୁଥାନ୍ତି l ଆଉ ସେଠାକୁ ଆସିଥିବା ସ୍ତ୍ରୀ ଲୋକ ପୁରୁଷ ଲୋକ, ପ୍ରେମିକ ପ୍ରେମିକା ସମସ୍ତଙ୍କ ମୁହଁକୁ ବଲ ବଲ କରି ଚାହୁଁଥାନ୍ତି l
ଏସବୁ ଦେଖି ଆମେ ଯୁବକ ଜଣକୁ ପଚାରିଲୁ ଭାଇ କଣ ହୋଇଛି କାହାକୁ ଖୋଜୁଛନ୍ତି l ଉତ୍ତରରେ ଯାହା କହିଲେ ଆମ ହୃଦୟ କୋହରେ ଭିଜିଗଲା l ଏହି ଯୁବକ ଜଣକ ପ୍ରେମିକ ଥିଲେ । ଦୀର୍ଘ ସାତ ବର୍ଷ ତଳେ ଜଣେ ଯୁବତୀଙ୍କୁ ଭଲ ପାଇ ବିବାହ କରିଥିଲେ l ସେମାନଙ୍କର ଗୋଟିଏ ସନ୍ତାନ ମଧ୍ୟ ଜନ୍ମ ନେଲା l ତାଙ୍କ ହସ ଖୁସିର ସଂସାର ବେଶ୍ ଭଲରେ ଚାଲିଥିଲା । କିନ୍ତୁ ଏହି କାର୍ତ୍ତିକ ପୂର୍ଣ୍ଣମୀ ଦିନ ତାଙ୍କ ସହ ଏମିତି କିଛି ଘଟିଗଲା । ଯୁବକ ଜଣକ ନିଜ କାର୍ଯ୍ୟରେ ବାହାରକୁ ଯାଇଥିବା ବେଳେ ତାଙ୍କ ସ୍ତ୍ରୀ ଘର ଛୁଆ ସବୁ ଛାଡି ଚାଲି ଯାଇଥିଲେ l କୁଆଡେ ଗଲେ ଯେ ଆଉ ତାଙ୍କର ଖୋଜ ଖବର କିଛି ମିଳି ନଥିଲା l ସେହି ଦିନ ଠାରୁ ଆଜି ଯାଏ ସେ ଆଉ ଫେରି ନାହାନ୍ତି l
ତେବେ ଏହି କାର୍ତ୍ତିକ ପୂର୍ଣ୍ଣମୀ ଆସିଲେ ଏହି ବିନ୍ଦୁସାଗର କୂଳକୁ ଆସି ଆପେକ୍ଷା କରନ୍ତି ଯୁବକ ଜଣକ l ତନ୍ନ ତନ୍ନ କରି ଖୋଜନ୍ତି ଲୋକଙ୍କ ଭିଡ଼ ଭିତରେ l କାହିଁକି ନା ସେ ଜାଣିବାକୁ ଚାହାଁନ୍ତି ତାଙ୍କୁ ଛାଡ଼ିଲା ପରେ କେତେ ଖୁସିରେ ଅଛି ଧୋକା ବାଜ ସ୍ତ୍ରୀ l