ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ୪ ଦିନ ପର୍ୟ୍ୟନ୍ତ ବର୍ଷା ସମ୍ଭାବନା

rainଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ଆଗାମୀ ୪ ଦିନ ପର୍ୟ୍ୟନ୍ତ ଏଭଳି ବର୍ଷା ଜାରି ରହିବ। ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ,ନୟାଗଡ଼, ଜଗତସିଂହପୁର ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ସେହିପରି ଆଭ୍ୟନ୍ତରୀଣ ଓଡିଶାର ବହୁ ସ୍ଥାନରେ ମଧ୍ୟ ବର୍ଷା ହୋଇପାରେ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍.ଆର. ବିଶ୍ୱାସ ଏହି ସୂଚନା ଦେଇଛନ୍ତି। ୧୩ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.