ଅନଲାଇନ୍ ଗେମ ଖେଳି କୋଟିପତି ହେଲେ ସୁକାନ୍ତ ପ୍ରଧାନ, ୩ କୋଟି ଜିତିଲେ କରଜ ଶୁଝିବେ

କଥାରେ ଅଛି ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦିଅନ୍ତି….ଆପଣ ଏବେ ଭାବୁଥିବେ କାହାକୁ କଣ ମିଳିଲା । କିଏ କଣ ଏମିତି ପାଇଗଲା କି ? ହଁ ଜଣେ ଯୁବକଙ୍କର ରାତାରାତି ଭାଗ୍ୟ ବଦଳିଗଲା । ଆଉ ତାଙ୍କ ଭାଗ୍ୟ ବଦଳିବା ପଛର କାରଣ ଜାଣିଲେ ଆପଣ ବି ବିଶ୍ବାସ କରିପାରିବେନି । ଅନଲାଇନ୍ ଗେମ୍ ବଦଳାଇ ଦେଇଛି ତାଙ୍କ ଭାଗ୍ୟ । ଅନଲାଇନ ଗେମ୍ ଖେଳି କୋଟି ପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ତିନି କୋଟି ଟଙ୍କା ଜିତିଛନ୍ତି ଏ ଯୁବକ । ତିନି କୋଟି ଟଙ୍କା ସହ ଗୋଟିଏ ମହିନ୍ଦ୍ରା ଥାର୍ ବି ଜିତିଛନ୍ତି ।

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ସିଆରା ଗାଁର ସୁକାନ୍ତ ପ୍ରଧାନ । ଗତକାଲି ମୁମ୍ବାଇ ଓ ଗୁଜୁରାଟ ମଧ୍ୟରେ ଆଇପିଏଲ ଟକର ଚାଲି ଥିବା ବେଳେ ସୁକାନ୍ତ ପ୍ରାୟ ୧୪ଟି ଟିମ୍ କରି MY 11 Circleରେ ଖେଳିବା ଆରମ୍ଭ କରିଥିଲେ । ରାତି ପ୍ରାୟ ଏଗାରଟା ସମୟରେ ତାଙ୍କର MY 11 Circle wallet ରେ ସେ ବିଜୟ ହୋଇଛନ୍ତି । ତାଙ୍କୁ ତିନି କୋଟି ଟଙ୍କା ସହ ଏକ ମହିନ୍ଦ୍ରା ଥାର୍ କାର୍ ପୁରସ୍କାର ସୂରୂପ ମିଳିଛି ।

ଏକଥା ଜାଣିବା ପରେ ସୁକାନ୍ତ ଭାବବିହ୍ବଳ ହୋଇପଡିଛନ୍ତି । ତାଙ୍କ ପାଖକୁ ଏବେ ସାଙ୍ଗ ସାଥୀ ମାନଙ୍କ ଶୁଭେଛାର ସୁଅ ଛୁଟିଛି । ସୁକାନ୍ତ ଜଣେ କ୍ରିକେଟ ପ୍ରେମୀ ଓ ସେ ବହୁଦିନ ଧରି କ୍ରିକେଟ ଖେଳି ଆସୁଛନ୍ତି । ଆର୍ ଅଶ୍ୱନିଙ୍କୁ ସେ ଅଧିନାୟକ କରି ଖେଳି ଏହି ସଫଳତା ହାସଲ କରିଛନ୍ତି ।

ତେବେ ଏତେ ଗୁଡିଏ ଟଙ୍କା ସେ ଏକ କାଳୀନ ପାଉଥିବାରୁ ସେ କଣ କରିବେ ବୋଲି ପଚାରିବାରୁ କହିଛନ୍ତି ତାଙ୍କର ବହୁତ ଗୁଡ଼ିଏ କରଜ ଅଛି । ତାକୁ ସୁଝିବେ ଏବଂ ଆଉ କିଛି ଟଙ୍କା ସମାଜ କଲ୍ୟାଣ କାର୍ଯ୍ୟରେ ଲଗାଇବେ ବୋଲି କହିଛନ୍ତି । ଏ ସମ୍ପର୍କରେ ସୁକାନ୍ତଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମଗିରି ପ୍ରତିନିଧି ରବିନାରାୟଣ ପୂଜାରୀ ।

Also Read:‘ଅପରେସନ ସିନ୍ଦୁର’ ପରେ ଏଲଓସିରେ ଥିବା ନିରୀହ ଭାରତୀୟ ନାଗରିକଙ୍କୁ ଟାର୍ଗେଟ୍ କରୁଛି ପାକିସ୍ତାନ ସେନା