ନାଗକୁ ଉଦ୍ଧାର ପାଇଁ କୂଅ ଭିତରେ ପଶିଲେ ଯୁବକ, ସଫଳତାର ସହ ହେଲା ଉଦ୍ଧାର

କେନ୍ୟୁଜ୍‌(ବ୍ୟୁରୋ): କୂଅ ଭିତରେ ଝୁଲୁଛି ଦୁଇଛି ଦଉଡ଼ି । ଗୋଟିଏରେ ବସିଛନ୍ତି ସାପ ଧରାଳି ଯୁବକ । ଅନ୍ୟଟିରେ ଝୁଲୁଛି ସାପକୁ ରଖିବା କପଡ଼ା ବ୍ୟାଗ । ଯୁବକ ଜଣକ ନିଜ ଅଣ୍ଟାରେ ଭରା ଦେଇ ବସିଛନ୍ତି ଦଉଡ଼ିରେ । ଏହାସହ ଭାରସାମ୍ୟ ରଖିବା ପାଇଁ କୂଅର କାନ୍ଥ ଉପରେ ଗୋଡ଼କୁ ଥୋଇଛନ୍ତି । ଟିକେ ଏପଟ ସେପଟ ହେଲେ କୂଅର ପାଣି ଭିତରେ ପଡ଼ିଯିବେ । ତାପରେ କିଛିବି ହୋଇପାରେ ତାଙ୍କ ସହ । କାରଣ କୂଅ ଭିତରେ ରହିଛି ବିରାଟ ନାଗସାପ । କୁଅ ଭିତରେ ଫସି ରହିଥିବା ନାଗସାପକୁ ଉଦ୍ଧାର ପାଇଁ ଏପରି ରିକ୍ସ ଉଠାଇଛନ୍ତି ଏହି ଯୁବକ ଜଣକ ।

ଯୁବକଙ୍କ ଗୋଟିଏ ହାତରେ ରହିଛି ସାପ ଧରିବା ବାଡ଼ି । ଏତିକି ବେଳେ ଅନ୍ୟହାତରେ ନାଗର ଲାଞ୍ଜକୁ ଧରି ପକାଉଛନ୍ତି ଯୁବକ ଜଣକ । ଏହାପରେ ନାଗଟି ଫଁ ଫଁ ହେଉଛି । ଚୋଟ ମାରିବାକୁ ଚେଷ୍ଟା କରୁଛି । ଯୁବକ ବି ବେଶ ସତର୍କତାର ସହ ସାପ ଉପରେ ନଜର ରଖିଛନ୍ତି । ଏହାପରେ ହାତରେ ଧରିଥିବା ବାଡ଼ିକୁ ପାଟିରେ ଧରୁଛନ୍ତି ଯୁବକ ଜଣକ । ସାପଟିକୁ ସେପଟ ହାତରୁ ଏପଟ ହାତକୁ ନେଇ ଆସୁଛନ୍ତି । ସେପଟ ହାତରେ ଏବେ ସାପଧରିବା ବ୍ୟାଗକୁ ଧରୁଛନ୍ତି ଯୁବକ । ଚେଷ୍ଟା କରୁଛନ୍ତି ସାପଟିକୁ ବ୍ୟାଗ ଭିତରେ ପୁରାଇବା ପାଇଁ । ଯୁବକ କିନ୍ତୁ କେବଳ ଅଣ୍ଟାରେ ଭରାଦେଇ ଦଉଡ଼ିରେ ଅଛନ୍ତି । ସାପଟି ଟିକେ ସମୟ ପାଇଁ ଅରାଜି ହୋଇଛି, ପରେ ସଫଳତାରର ସହ ସାପଟିକୁ ବ୍ୟାଗ ଭିତରେ ପୁରେଇ ଦେଇଛନ୍ତି ଯୁବକ ଓ ସାପଟିକୁ କୂଅ ଭିତରୁ ଉଦ୍ଧାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.