ପାକିସ୍ତାନ ଜିନ୍ଦାବାଦ କହିବାରୁ ଲୋକେ ଘେରି ଯାଇ ପିଟି ପିଟି ମାରି ଦେଲେ

ଚାଲିଥିଲା ଏକ କ୍ରିକେଟ୍ ମ୍ୟାଚ୍ । ଖେଳ ଦେଖୁଥିଲେ ସ୍ଥାନୀୟ ଲୋକେ । କିଛି କଥାକୁ ନେଇ ଯୁକ୍ତିତର୍କ ହେଲା । ଏତିକିବେଳେ ଜଣେ କହିବାକୁ ଲାଗିଲା ପାକିସ୍ତାନ ଜିନ୍ଦାବାଦ୍ । ବାସ୍ ତାପରେ ରାଗିଗଲେ ସେଠାରେ ରୁଣ୍ଡ ହୋଇଥିବା ଲୋକେ ଆଉ ପିଟି ପିଟି ଲୋକଟିର ଜୀବନ ନେଇଗଲେ ।

କର୍ଣ୍ଣାଟକ ମାଙ୍ଗାଲୋର ସହରରେ ଘଟିଛି ଏହି ଘଟଣା । ପୋଲିସ୍ ସୂଚନା ଅନୁସାରେ ମୃତକଙ୍କ ପରିଚୟ ମିଳି ନାହିଁ । ତେବେ ପ୍ରାୟ ୧୦/୧୫ ଜଣ ଲୋକ ମିଶି ପାକିସ୍ତାନ ଜିନ୍ଦାବାଦ କରିଥିବା ଲୋକଟିକୁ ମାରି ଦେଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ପୋଲିସ୍ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ଯୁବକ ମଧ୍ୟ ଗିରଫ ହୋଇଛି । ତାର ନାଁ ହେଲା ସଚିନ୍ ବୋଲି ପୋଲିସ୍ କହିଛି ।

ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ପୋଲିସ୍ ଯେଉଁ ଧାରା ଲଗାଇଛି ସେଥିରେ ଅଭିଯୁକ୍ତ ଲୋକ କିମ୍ବା ଲୋକମାନେ ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କୁ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ ଜେଲ୍ ଦଣ୍ଡ ମିଳିବ ।