‘ମୋତେ ମରାଠୀ ଆସୁନାହିଁ, ମୁଁ ହିନ୍ଦୀରେ କହିବି’ କହିବାରୁ ଦୋକାନୀ କର୍ମଚାରୀଙ୍କୁ ମାଡ଼ ମାରିଲେ MNS କର୍ମୀ, ଭିଡିଓ ଭାଇରଲ

ମରାଠୀ ଭାଷାକୁ ନେଇ ମହାରାଷ୍ଟ୍ରରେ ଗ୍ରାହକ ଏବଂ ଷ୍ଟୋର କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ । ମହାରାଷ୍ଟ୍ରର ଏକ ଷ୍ଟୋରରେ କାମ କରୁଥିବା ଜଣେ କର୍ମୀଙ୍କୁ ମରାଠୀ ଭାଷା ଆସୁନଥିବାରୁ ଗ୍ରାହକଙ୍କ ସହ ହିନ୍ଦୀରେ କଥା ହୋଇଥିଲେ । କିନ୍ତୁ ଗ୍ରାହକ ତାଙ୍କୁ ମରାଠୀ ଭାଷା କହିବା ପାଇଁ ବାଧ୍ୟ କରିଥିଲେ । କିନ୍ତୁ ଷ୍ଟୋର କର୍ମଚାରୀଙ୍କୁ ମରାଠୀ ଭାଷା ଆସୁନଥିବାରୁ ତେଣୁ ସେ ହିନ୍ଦୀରେ କଥା ହେଉଛନ୍ତି ବୋଲି ମଧ୍ୟ ତାଙ୍କୁ ଜଣାଇଥିଲେ । ଷ୍ଟୋର କର୍ମଚାରୀଙ୍କ କୌଣସି କଥାକୁ ନଶୁଣି MNS କର୍ମୀ ତାଙ୍କୁ ଚାପୁଡା ମାରିଥିଲେ । ଯାହାର ଭିଡିଓରେ କ୍ୟାମେରାରେ କଏଦ ହୋଇଛି ।

ମୁମ୍ବାଇର ଅନ୍ଧେରୀ ପଶ୍ଚିମ ଅଞ୍ଚଳର ଭର୍ସୋଭା ଡି ମାର୍ଟ ଷ୍ଟୋରରେ ଏପରି ଘଟଣାର ପରିସ୍ଥିତି ଦେଖିବାକୁ ମିଳିଛି । ରାଜ ଠାକରେଙ୍କ ପାର୍ଟି ମହାରାଷ୍ଟ୍ର ନବନିର୍ମାଣ ସେନା (MNS)ର କର୍ମୀମାନେ ଏକ ଷ୍ଟୋରକୁ ଆସିଥିଲେ । ସେମାନେ ଷ୍ଟୋରର କର୍ମଚାରୀଙ୍କ ସହିତ ମରାଠୀରେ କଥା ହୋଇଥିଲେ। କିନ୍ତୁ କର୍ମଚାରୀ ଜଣକୁ ମରାଠୀ ଆସୁନଥିବାରୁ ସେ ହିନ୍ଦୀରେ କଥା ହୋଇଥିଲେ । କିନ୍ତୁ ମହାରାଷ୍ଟ୍ର ନବନିର୍ମାଣ ସେନା କର୍ମୀମାନେ ସେହି କର୍ମଚାରୀଙ୍କୁ ମରାଠୀରେ କହିବାକୁ ବାଧ୍ୟ କରିବା ସହିତ ଚାପୁଡା ମାରିଛନ୍ତି ।

ବାହାର ରାଜ୍ୟରୁ ଆସିଥିବା ଲୋକଙ୍କ ପ୍ରତି ମହାରାଷ୍ଟ୍ର MNSର କର୍ମୀମାନେ ଦୁର୍ବ୍ୟବହାର କରିଥିଲେ । ବାହାର ରାଜ୍ୟର ଲୋକଙ୍କୁ ମରାଠୀ ଭାଷା କହିବା ପାଇଁ ଜବରଦସ୍ତି କରିଥିଲେ । କିନ୍ତୁ ରାଜ୍ୟ ବାହାରୁ ଯାଇଥିବା ବ୍ୟକ୍ତି ଜଣକ ହିନ୍ଦୀରେ କଥା ହେବେ ବୋଲି କହିଥିଲେ । ମରାଠୀ ଭାଷା ନ କହିପାରିବା ହେତୁ ଗ୍ରାହକ ଏବଂ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ।

ଯାହାପରେ ଗ୍ରାହକ ଏବଂ କର୍ମଚାରୀଙ୍କ ଭିତରେ ଯୁକ୍ତିତର୍କ ବଢିବାରେ ଲାଗିଥିଲା । ଭାଇରଲ ଭିଡିଓ ଦେଖି ଘଟଣାସ୍ଥଳରେ MNSର ଭର୍ସୋଭା ସଭାପତି ସନ୍ଦେଶ ଦେଶାଇ ଡି ମାର୍ଟ ନକଟରେ ପହଞ୍ଚିଥିଲେ । ତାଙ୍କ ନେତୃତ୍ୱରେ କର୍ମଚାରୀଙ୍କୁ ମାଡ଼ମାରିଥିବା ଜଣାପଡିଛି । ମହାରାଷ୍ଟ୍ରରେ ରହୁଥିବା ଲୋକ ମରାଠୀ ଭାଷାକୁ ସମ୍ମାନ ଦେବା ଉଚିତ୍ ବୋଲି କହିଥିଲେ MNSର କର୍ମଚାରୀମାନେ । ଯାହା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟବସ୍ତୁ ପାଲଟିଛି ।

ଅନ୍ୟପଟେ ଏପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ । ଏହି ମାମଲାକୁ ନେଇ ଡିମାର୍ଟ ପକ୍ଷରୁ କୌଣସି ଅଧିକ ସୂଚନା ମିଳିନାହିଁ ।

Also Read : ଆଣ୍ଡାମାନ ସାଗର ଏବଂ ତଜାକିସ୍ତାନରେ ଭୂମିକମ୍ପ, ୪.୪ ତୀବ୍ରତା ଝଟକାରେ ଥରିଲା ଅଞ୍ଚଳ