ଏହି ସରକାରୀ ସ୍କିମରେ ୧୨୩ ମାସରେ ଟଙ୍କା ହୋଇଯିବ ଡବଲ୍‌, ଜଲଦି କରନ୍ତୁ ନିବେଶ

ଏଫଡି ବା ଫିକ୍ସଡ ଡିପୋଜିଟରେ ନିବେଶ କରିବା ଏକ ସୁରକ୍ଷିତ ବିକଳ୍ପ। ଗତ କିଛି ଦିନରେ ସୁଧ ଦର ବଢ଼ିଯିବା କାରଣରୁ ନିବେଶକଙ୍କ ପାଇଁ ଏହା ଏକ ଭଲ ଆକର୍ଷକ ବିକଳ୍ପ ବନିଯାଇଛି। ବ୍ୟାଙ୍କ ସହିତ ପୋଷ୍ଟ ଅଫିସ ବି ଏଫଡି ଯୋଜନା ଅଫର କରିଥାଏ ଏବଂ ପୋଷ୍ଟ ଅଫିସ ସରକାରୀ ହେବା କାରଣରୁ ବ୍ୟାଙ୍କ ଭଳି ହିଁ ୟାକୁ ମଧ୍ୟ ଭରଷାଯୋଗ୍ୟ ମାନିଥାନ୍ତି ଲୋକେ।

ଏମିତିରେ ଆପଣ ନୂଆ ଏଫଡି କରିବାକୁ ଯଦି ଯୋଜନା କରୁଛନ୍ତି ତାହେଲେ ସୁଧ ଦର ବୃଦ୍ଧି ହେତୁ ଏହା ଏକ ଭଲ ମଉକା। ଆଜି ଆମେ ଏମିତି ପୋଷ୍ଟ ଅଫିସ ଏଫଡି ସ୍କିମ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ୧୨୩ ମାସରେ ଆପଣଙ୍କ ଟଙ୍କା ଡବଲ ହୋଇଯିବ।

କିସାନ୍‌ ବିକାଶ ପତ୍ର ବା (କେଭିପି) ପୋଷ୍ଟ ଅଫିସ ତରଫରୁ ଚଲା ଯାଉଥିବା ଏକ ଲୋକପ୍ରିୟ ସ୍କିମ ଅଟେ। ସରକାରଙ୍କ ତରଫରୁ ନିକଟରେ କିସାନ ବିକାଶ ପତ୍ରରେ ମିଳୁଥିବା ସୁଧକୁ ବୃଦ୍ଧି କରାଯାଇଥିଲା। ଯାହାଦ୍ୱାରା ଏବେ ଏହି ଏଫଡି ଯୋଜନାରେ ୧୨୩ ମାସ ଅର୍ଥାତ ୧୦ ବର୍ଷ ୩ ମାସରେ ଟଙ୍କା ଡବଲ ହେଉଛି।

କେଉଁମାନେ କରିପାରିବେ ଏହି ସ୍କିମରେ ନିବେଶ

୧୮ ବର୍ଷରୁ ଅଧିକ କୌଣସି ବି ନାଗରିକ ଏହି ଯୋଜନାରେ ନିବେଶ କରିପାରିବେ। ଏହାବ୍ୟତୀତ କୌଣସି ବି ଅଭିଭାବକ ନାବାଳକଙ୍କ ଆଧାରରେ କେବିପି କରାଇପାରିବେ। କେବିପି ବା କିସାନ ବିକାଶ ପତ୍ରରେ ଆପଣ ୧୦୦୦ ଟଙ୍କାର ନ୍ୟୁନତମ ରାଶିରୁ ନିବେଶ ଆରମ୍ଭ କରିପାରିବେ। ଏଥିରେ ଅଧିକତମ ନିବେଶ କରିବାର କୌଣସି ସୀମା ନାହିଁ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କେବିପିରେ ନିବେଶ କରିବା ଦ୍ୱାରା ଆପଣଙ୍କୁ ଇନକମ୍‌ ଟ୍ୟାକ୍ସ ଧାରା ୮୦ସି ଅନୁଯାୟୀ ଆୟକରରେ ରିହାତି ମିଳିବ।

କିସାନ ବିକାଶ ପତ୍ର ଉପରେ ସୁଧ ଦର ଜାଣନ୍ତୁ

ଆରବିଆଇ ପକ୍ଷରୁ ଗତ କିଛି ମାସରେ ସୁଧ ଦରକୁ ଜଲଦି ବଢ଼ାଯାଇଛି। ଯାହାପରେ ବ୍ୟାଙ୍କ ଦ୍ୱାରା ବି ଏଫଡି ସୁଧକୁ ବଢ଼ାଯାଉଛି। ଏହି କାରଣରୁ ସରକାର ଛୋଟ ଯୋଜନା ଉପରେ ସୁଧ ଦରକୁ ୦.୩୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଏହି ବୃଦ୍ଧିରେ କେବିପିରେ ଦିଆଯାଉଥିବା ସୁଧକୁ ୦.୧ ପ୍ରତିଶତ ବଢ଼ାଇ ୭ ପ୍ରତିଶତ କରିଦିଆଯାଇଛି, ଯାହା ପୂର୍ବରୁ ୬.୯ ପ୍ରତିଶତ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.