ମୁମ୍ବାଇରେ ଭୁଶୁଡ଼ିଲା ଫୁଟ୍ ଓଭର ବ୍ରିଜ୍ ସ୍ଲାପ !

mumbaiମୁମ୍ବାଇ: ଅନ୍ଧେରୀ ଅଞ୍ଚଳରେ ସକାଳୁ ସକାଳୁ ଘଟିଛି ଦୁର୍ଘଟଣା। ହଠାତ୍ ଅନ୍ଧେରୀ ରେଲୱେ ଷ୍ଟେସନ ନିକଟରେ ଭାଙ୍ଗିଲା ଏକ ଫୁଟ୍ ଓଭର ବ୍ରିଜ ସ୍ଲାପ। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ଯୋଗୁ ଅନ୍ଧେରୀ ଦେଇ ଯାଉଥିବା ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅନ୍ଧେରୀରୁ ବିଲେପାର୍ଲେ ଯାଉଥିବା ସମସ୍ତ ୪ଟି ଲାଇନ୍କୁ ବନ୍ଦ କରିଦିଆଯାଇଛି। ଘଟଣାସ୍ଥଳରେ ୪ଟି ଦମକଳ ଗାଡ଼ି ଓ ଏନଡିଆରଏଫ୍ ଟିମ୍ ପହଞ୍ଚିଛନ୍ତି। ଏହି ବ୍ରିଜ୍ ଅନ୍ଧେରୀ ଇଷ୍ଟ ଓ ଅନ୍ଧେରୀ ୱେଷ୍ଟକୁ ଯୋଡ଼ିଥାଏ। ବ୍ରିଜ୍ ନିକଟରେ ଦୁଇଟି ସ୍କୁଲ ରହିଛି ଓ ନିକଟରେ ଏକ ରେଲୱେ ଷ୍ଟେସନ ରହିଛି। ତେଣୁ ଏହି ବ୍ରିଜରେ ଯାତାୟତ ଅଧିକ ହୋଇଥାଏ। ସକାଳେ ଲୋକଙ୍କ ଯାତାୟତ କମ୍ ଥିବାରୁ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛି। ମୁମ୍ବାଇରେ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁ ବ୍ରିଜଟି ଭାଙ୍ଗି ଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.