ଆମ୍ବୁଲାନ୍ସରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ରୋଗୀଙ୍କ ସମେତ ଆମ୍ବୁଲାନ୍ସର କର୍ମଚାରୀ

ପିପିଲି : ଗୁରୁତର ବିଷାକ୍ତ ସାପ କାମୁଡା ରୋଗୀକୁ ଡେଲାଙ୍ଗରୁ ଭୁବନେଶ୍ୱର ମେଡିକାଲ ନେଇଯାଉଥିବା ସମୟର ଅଧାଵାଟରେ ଆମ୍ବୁଲାନ୍ସରେ ଲାଗିଲା ନିଆଁ ।  ପିପିଲି ସେଲଫି ପଏଣ୍ଟ ନିକଟରେ ଘଟିଥିଲା ଅଘଟଣ । ଅଳ୍ପକେ ବର୍ତିଲେ ରୋଗୀଙ୍କ ସମେତ ଆମ୍ବୁଲାନ୍ସର କର୍ମଚାରୀ ।  ନିଆଁ ଲାଗି ଯାଇଥିବା ଜାଣିବା ପରେ ରୋଗୀଙ୍କୁ ସୁରକ୍ଷିତ ଭାବେ ଆମ୍ବୁଲାନ୍ସରୁ ବାହାରକୁ ଅଣାଯାଇଛି ଏବଂ ରୋଗୀ ସୁରକ୍ଷିତ ଥିବା ଜଣାପଡ଼ିଛି ।

ଡେଲାଙ୍ଗରୁ ଜଣେ ସାପ କାମୁଡା ରୋଗୀକୁ ନେଇ ଭୁବନେଶ୍ୱର କ୍ୟାପିଟାଲ ହସ୍‌‌ପିଟାଲ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସରେ ଏହି ଘଟଣା ଘଟିଛି ।  ହଠାତ୍‌‌ ଗାଡିର ଭିତର ପାର୍ଶ୍ୱ  ଗରମ ହୋଇଯିବା ସହ ସେଥିରୁ ଧୁଆଁ ବାହାରିଥିଲା ।

ଗାଡିର ଚାଳକ ତୁରନ୍ତ ଗାଡିକୁ ଅଟକାଇବା ସହ ଗାଡି ମଧ୍ୟରୁ ରୋଗୀ ଓ ସଂପର୍କୀୟଙ୍କୁ ବାହାରକୁ କାଢି ଦେଇଥିଲେ ।  ଏହି ସମୟରେ ଗାଡିରେ ନିଆଁ ଲାଗିଯାଇଥିଲା ।  ଖବର ପାଇ ପିପିଲି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Also read : ଆମ୍ବୁଲାନ୍ସରେ ନିଆଁ ଲାଗି ବିସ୍ଫୋରଣ, ଭିତରେ ଥିଲେ ଗର୍ଭବତୀ