ଆଜିଠୁ ଟୁଇନ୍‌ ସିଟିରେ ଲାଗିଲା ପାର୍ବଣ କର୍ଫ୍ୟୁ,୨୦ ତାରିଖ ଯାଏ ବଳବତ୍ତର ରହିବ କଟକଣା

କେନ୍ୟୁଜ୍(ବ୍ୟୁରୋ):ପାର୍ବଣରେ ଭିଡ଼ ଆଶଙ୍କା । ଆଜିଠୁ ଟୁଇନ୍‌ ସିଟିରେ ଲାଗିଲା ପାର୍ବଣ କର୍ଫ୍ୟୁ । କଟକ ଓ ଭୁବନେଶ୍ୱରରେ ରାତି ୮ଟାରୁ ନାଇଟ୍‌ କର୍ଫ୍ୟୁ ଲାଗିଛି । ୨୦ ତାରିଖ ଯାଏ ବଳବତ୍ତର ରହିବ କଟକଣା । ରାତି ୮ଟାରୁ ସକାଳ ୫ଟା ଯାଏ ଲାଗିବ କର୍ଫ୍ୟୁ । ମାର୍କେଟରେ ଯେତିକି ଭିଡ ନହୁଏ ତାଉପରେ ରହିବ ପୋଲିସର ନଜର । ଜୋରଦାର ହେଉଛି ପାଟ୍ରୋଲିଂ ଓ ଚେକିଂ ।

ମଦୁଆ ଓ ଅସାମାଜିକ ବ୍ୟକ୍ତିଙ୍କ ସମେତ ଜନଗହଳିପୂର୍ଣ୍ଣ ସ୍ଥାନ ଉପରେ ପୋଲିସର ରହିଛି ସ୍ୱତନ୍ତ୍ର ନଜର । ଏଥିପାଇଁ ସ୍ୱତନ୍ତ୍ର ସ୍କ୍ଵାଡ୍‌ ଗଠନ ହୋଇଛି । ଆଇନ ଶୃଙ୍ଖଳା ଦାୟିତ୍ୱରେ କଟକରେ ୧୭ ପ୍ଲାଟୁନ୍‌ ଓ ଭୁବନେଶ୍ୱରରେ ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିଛନ୍ତି । ବିଭିନ୍ନ ସ୍ଥାନରେ ଲୋକଙ୍କୁ ନାଇଟ୍‌ କର୍ଫ୍ୟୁ ବାବଦରେ ସଚେତନ କରାଇଛି ପୋଲିସ । ନିୟମର ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ । .

Leave A Reply

Your email address will not be published.