ମୁମ୍ବାଇ ଥାନେରେ ପ୍ରବାସୀ ଓଡ଼ିଆ ପାଳିଲେ ଓଡ଼ିଆ ନୂଆବର୍ଷ

ମୁମ୍ବାଇ (କେନ୍ୟୁଜ୍) : ସୋମବାର ଦିନ ଓଡ଼ିଆ ନବବର୍ଷ ଅବସରରେ ମୁମ୍ବାଇର ଥାନେ ଠାରେ ଏକ ବିଶେଷ ଉତ୍ସବର ଆୟୋଜନ କରାଯାଇଥିଲା । ଏଠାକାର କଳିଙ୍ଗ ସାଂ ସ୍କୃତିକ ସଂଘ କେଏସି ତରଫରୁ ଏହି ଉତ୍ସବର ଆୟୋଜନ କରାଯାଇଥିଲା । ପ୍ରବାସୀ ଓଡ଼ିଆ ପରିବାର ଏଥିରେ ସାମିଲ ହୋଇ ପରସ୍ପରକୁ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ ।
ଏହି ନିଆରା ବନ୍ଧୁ ମିଳନ ଅବସରରେ ଦେଖିବାକୁ ମିଳିଥିଲା ଓଡ଼ିଆ ସଂ ସ୍କୃତିର ଝଲକ । ଜଗନ୍ନାଥ ଭଜନ ଗାନ, ଓଡ଼ିଶୀ ନୃତ୍ୟ ପରିବେଷଣ ଆଦି କାର୍ଯ୍ୟକ୍ରମରେ ପିଲାଠୁ ବୟସ୍କ ସମସ୍ତେ ସାମିଲ ହୋଇଥିଲେ । ଶେଷରେ ଓଡ଼ିଆ ଖାଦ୍ୟ ଏବଂ ପଣା ସଂକ୍ରାନ୍ତି ଉପଲକ୍ଷେ ପଣାର ମଜା ନେଇଥିଲେ ସମସ୍ତେ ।