Categories: News

ଉନ୍ମୋଚିତ ହେଲା ଓଡ଼ିଶା ଏଫ୍‌ସିର ଲୋଗୋ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଇଣ୍ଡିଆନ୍‌ ସୁପରଲିଗ୍‌ର ନୂଆ ଦଳ ଓଡ଼ିଶା ଏଫ୍‌ସି ଆଜି ତାର ଲୋଗୋ ଉନ୍ମୋଚନ କରିଛି । ଲୋଗୋରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ଖଚିତ ଚକ ସ୍ଥାନ ପାଇଛି ।
ରାଜ୍ୟ ସରକାର ଏବଂ ଦିଲ୍ଲୀ ସକ୍କର ପ୍ରାଇଭେଟ୍‌ ଲିମିଟେଡ୍‌ ମଧ୍ୟରେ ଏମ୍‌ଓୟୁ ପରେ ଓଡ଼ିଶା ଏଫ୍‌ସି ଜନ୍ମ ନେଇଛି । ଓଡ଼ିଶାରେ ଫୁଟ୍‌ବଲ୍‌ ପ୍ରତି ଥିବା ଆକର୍ଷଣ ଏବଂ କ୍ରୀଡ଼ା ପ୍ରତି ରାଜ୍ୟ ସରକାରଙ୍କ ଅନୁରାଗକୁ ଦୃଷ୍ଟିରେ ରଖି ଦିଲ୍ଲୀ ସକ୍କର ଲିମିଟେଡ୍‌ ଏଠାରେ ଦଳ ଗଢ଼ିବାକୁ ଆଗ୍ରହ ପ୍ରକାଶ କରିଥିଲା । ଏହି ଲୋଗୋ ଜରିଆରେ ଓଡ଼ିଶା ଲୋକଙ୍କ ସହ ଯୋଡ଼ି ହେବା ଆମର ଲକ୍ଷ୍ୟ ବୋଲି କ୍ଲବ୍‌ର ନିର୍ଦ୍ଦେଶକ ରୋହନ ଶର୍ମା କହିଛନ୍ତି । ଆଜି ଲୋଗୋ ଉନ୍ମୋଚନ ସହ କ୍ଲବ୍‌ର ଏକ ଟ୍ୟାଗ ଲାଇନ୍‌ ମଧ୍ୟ ରଖା ଯାଇଛି । ତାହା ହେଉଛି ‘ଆମ ଟିମ୍‌ ଆମ ଗେମ୍‌’ ।

KNews Bureau

Recent Posts

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା: ଝିଅ ମୃତ, ହସ୍ପିଟାଲ ବେଡ଼ରେ ସଂଗ୍ରାମ କରୁଛି ମା

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ମା ଝିଅଙ୍କୁ ଆକ୍ରମଣ ଘଟଣା । ଆଖି ବୁଜିଲେ ଝିଅ, ମୃତ୍ୟୁ ସହ…

8 mins ago

ଦିଲ୍ଲୀରେ ପାଣି ସପ୍ଲାଏକୁ ନେଇ ଏନଡିଏମସିର ଆଡଭାଇଜରୀ, ଭିଆଇପି ଅଞ୍ଚଳରେ ଦିନକୁ ଥରେ ଆସିବ ପାଣି

ଭୀଷଣ ଗରମ ସାଙ୍ଗକୁ ପାଣି ପାଇଁ ଦିଲ୍ଲୀବାସୀ ଝଟପଟ । ଦିଲ୍ଲୀର ଅନେକ ସ୍ଥାନରେ ଜଳାଭାବ ଦେଖାଦେଇଛି । ପାଣି…

21 mins ago

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଟ୍ରକ ଧକ୍କାରେ ୬ ଗାଡି ଚୁରମାର୍‌, ଅନେକ ମୃତ

ଚଣ୍ଡୀଗଡ-ମନାଲୀ ରାଜମାର୍ଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହିମାଚଳ ଏବଂ ପଞ୍ଜାବ ସୀମାର କିରତପୁର ପାଖରେ ନିର୍ମାଣ ହୋଇଥିବା ଟୋଲ…

44 mins ago

ଭଞ୍ଜନଗରରେ ବାଘ ଆତଙ୍କ: ସିସିଟିଭିରେ କଏଦ ହେଲା ବୁଲୁଥିବାର ଦୃଶ୍ୟ

ଭଞ୍ଜନଗର (କେନ୍ୟୁଜ): ପୁଣି ବୁଲିଲା ବାଘ । ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ବାଘ ଆତଙ୍କ । ସହର ନିକଟରେ ଥିବା…

46 mins ago

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ଦୁର୍ଘଟଣା ପରେ ସିଆଲଦା ଷ୍ଟେସନରେ ପହଞ୍ଚିଲା କାଞ୍ଚନଜଙ୍ଗା ଏକ୍ସପ୍ରେସ, ବସ୍‌ ମାଧ୍ୟମରେ ଘରକୁ ଗଲେ ଯାତ୍ରୀ

ପଶ୍ଚିମବଙ୍ଗ ଦାର୍ଜିଲିଂରେ ମାଲବାହୀ ଟ୍ରେନ୍ ଧକ୍କାରେ ଦୁର୍ଘଟଣାର ଶିକାର ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ ସିଆଲଦା ଷ୍ଟେସନରେ ପହଞ୍ଚିଛି । ଦୁର୍ଘଟଣାର…

1 hour ago

୫ବର୍ଷ ହେଲା ଅବଧି ସରିଲାଣି, ଅଧାରେ ଅଟକିଛି ବ୍ରହ୍ମବରଦା-କାକୁଡିକୁଦକୁ ସଂଯୋଗ କରୁଥିବା ସେତୁ ନିର୍ମାଣ କାର୍ଯ୍ୟ

ଯାଜପୁର(କେନ୍ୟୁଜ): ଗମନାଗମନ ସୁବିଧା ପାଇଁ ସରକାର ବିଜୁ ସେତୁ ଯୋଜନା ଆରମ୍ଭ କରିଥିଲେ । ଗ୍ରାମାଂଚଳର ଲୋକେ ଯେପରି ଏହି…

1 hour ago