ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୪୦ ନୂଆ କରୋନା ପଜିଟିଭ ଚିହ୍ନଟ, ୫ ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୪୦ କରୋନା ପଜିଟିଭ ହୋଇଛନ୍ତି । ଆଉ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଆଜି ପଜିଟିଭି ରେଟ୍‌ ରହିଛି ୦.୫୯ ପ୍ରତିଶତ । ଏଥିସହିତ କେବଳ ଖୋର୍ଦ୍ଧାରୁ ୧୪୯ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାହାକି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩.୮୨ ପ୍ରତିଶତ ରହିଛି ।

ଅନ୍ୟପଟେ ୩୪୦ ସଂକ୍ରମିତଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୫୦ଜଣ । ୨୪ ଘଣ୍ଟାରେ ୫୭ ହଜାର ୨୯୩ କୋଭିଡ ଟେଷ୍ଟିଂ ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ୍‌ କେସ୍‌ ରହିଛି ୪ ହଜାର ୮୨୪ ରହିଛି ।

ସେହିପରି ଗତକାଲି ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଆଉ ୩ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ଏବଂ ପଜିଟିଭି ରେଟ୍‌ ୦.୮୦ ପ୍ରତିଶତ ରହିଥିଲା । କେବଳ ଖୋର୍ଦ୍ଧାରୁ ୨୪୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଯାହାକି ମୋଟ ଆକ୍ରାନ୍ତଙ୍କ ୫୪. ୮୫ ପ୍ରତିଶତ ଥିଲା । ୪୪୩ ସଂକ୍ରମିତଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ଭିତରେ ଥିଲେ ୭୫ ଜଣ । ଗତକାଲି ୨୪ ଘଣ୍ଟାରେ ୫୫ ହଜାର ୧୧୫ କୋଭିଡ ଟେଷ୍ଟିଂ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.