ରାଜ୍ୟ ସରକାରଙ୍କ ବଳିଷ୍ଠ ପଦକ୍ଷେପ, ସରକାରୀ ସେବା ପାଇଁ ଆଉ ଲୋକଙ୍କୁ ବିଭିନ୍ନ ଅଫିସ ଦୌଡ଼ିବାକୁ ପଡ଼ିବ ନାହିଁ, ନଜର ପକାନ୍ତୁ କଣ ମିଳିବ ସୁବିଧା

କେନ୍ୟୁଜ୍(ବ୍ୟୁରେ): ସରକାରଙ୍କ ବଳିଷ୍ଠ ପଦକ୍ଷେପ । ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଅଗଷ୍ଟ ୧୫ରୁ ଘରେ ପହଞ୍ଚିବେ ସରକାର । ସରକାରୀ ସେବା ପାଇଁ ଆଉ ଲୋକଙ୍କୁ ବିଭିନ୍ନ ଅଫିସ ଦୌଡ଼ିବାକୁ ପଡ଼ିବ ନାହିଁ । ସମସ୍ତଙ୍କ ଘର ପାଖରେ ସେବା ଯୋଗାଇ ଦେବେ ସରକାର । ଅନଲାଇନରେ ଲୋକଙ୍କୁ ମିଳିବ ସମସ୍ତ ସେବା । ଆଜି ରାଜ୍ୟପାଳଙ୍କ ବଜେଟ ଅଧିବେଶନ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ବିବୃତ୍ତି ରଖି ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି , ଶିଳ୍ପାୟନ ପାଇଁ ବଳିଷ୍ଠ ପଦକ୍ଷେପ ନିଆଯିବ । ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନ କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଏପ୍ରିଲ ପହିଲାରୁ ଶ୍ରମିକଙ୍କ ମଜୁରୀକୁ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାର ଡେଡଲାଇନ୍‌ ରହିଛି । ସେହିପିର ମାର୍ଚ୍ଚ ୫ରୁ ସମସ୍ତ ବିଭାଗ ମୋ ସରକାର ଅଧୀନକୁ ଆସିବ । ସେ କହିଛନ୍ତି, ବିପର୍ଯ୍ୟୟ ପରିଚାଳନାରେ ଆମେ ବିଶ୍ୱରେ ନାଁ କମାଇ ପାରିଛୁ ।