ପ୍ରବଳ ବର୍ଷାରେ ବେହାଲ ମୁମ୍ବାଇ : ଭୁଶୁଡିଲା ଫୁଟ୍ ଓଭର ବ୍ରିଜ୍, ୫ ଆହତ

ମୁମ୍ବାଇ : ଅନ୍ଧେରୀ ଅଞ୍ଚଳରେ ଭୁଶୁଡ଼ିଲା ଫୁଟ୍ ଓଭରବ୍ରିଜ୍ । ପ୍ରବଳ ବର୍ଷାରେ ହଠାତ୍ ଅନ୍ଧେରୀ ରେଲେଓ୍ଵ ଷ୍ଟେସନ ନିକଟରେ ଥିବା ଏକ ଫୁଟ୍ ଓଭର ବ୍ରିଜ୍ର ସ୍ଲାବ୍ ଭାଙ୍ଗିଯାଇଛି। ଏଥିରେ ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ଧେରି ଇଷ୍ଟକୁ ଅନ୍ଧେରୀ ୱେଷ୍ଟକୁ ସଂଯୋଗ କରୁଥିଲା ଏହି ବ୍ରିଜ୍ । ଦୁର୍ଘଟଣା ପରେ ବହୁ ସମୟ ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ସହ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା । ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ରେଳମନ୍ତ୍ରୀ ପୀୟୂଷ ଗୋୟଲ । ରେଲେଓ୍ଵ ସେଫ୍ଟି କମିଶନ ତଦନ୍ତ କରି ୧୫ ଦିନ ଭିତରେ ରିପୋର୍ଟ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆହତଙ୍କ ପାଇଁ ରେଳମନ୍ତ୍ରୀ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।