ଇମ୍ରାନ୍‌ କହିଲେ, ଯେତେ ବିରୋଧ ହେଲେ ବି ମୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବି ନାହିଁ

ଇସଲାମାବାଦ : ମୋତେ ହଟାଇବାକୁ ବିରୋଧୀ ଷଡ଼ଯନ୍ତ୍ର କରିଛନ୍ତି । ବିଦେଶରୁ ମଧ୍ୟ ଷଡ଼ଯନ୍ତ୍ର ହେଉଛି । ହେଲେ ମୁଁ ଆଦୌ ଇସ୍ତଫା ଦେବି ନାହିଁ । ଏକଥା ଖୁବ୍‌ ଜୋର ଦେଇ କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ।
ଦେଶରେ ଉପୁଜିଥିବା ଅର୍ଥନୈତିକ ସଂକଟରୁ ଆରମ୍ଭ କରି ଅନ୍ୟ ସମସ୍ତ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଇମ୍ରାନ୍‌ । ତେଣୁ ଆସନ୍ତା ୩୧ ତାରିଖରେ ଇସଲାମାବାଦ୍‌ରେ ତାଙ୍କ ବିରୋଧରେ ଏକ ବିଶାଳ ଶୋଭାଯାତ୍ରା ଏବଂ ବିକ୍ଷୋଭ କରାଯିବ । ଅନ୍ୟତମ ମୁଖ୍ୟ ବିରୋଧୀ ଦଳ ଉଲେମା-ଇ-ଇସଲାମ ତରଫରୁ ଏହି ବିକ୍ଷୋଭ କରାଯାଉଛି । ଏହାର ମୁଖ୍ୟ ଫଜଲୁର ରେହମାନ କହିଛନ୍ତି କି ୨୦୧୮ରେ ହୋଇଥିବା ନିର୍ବାଚନରେ ଇମ୍ରାନ୍‌ ଭୋଟ୍‌ ରିଗିଂ କରି ଜିତିଛନ୍ତି । ତେଣୁ ସେ ଇସ୍ତଫା ଦେବା ଉଚିତ । ଏହାକୁ ପାକିସ୍ତାନ ମୁସଲିମ୍‌ ଲିଗ୍‌, ପାକିସ୍ତାନ ପିପୁଲ୍ସ ପାର୍ଟି ମଧ୍ୟ ସମର୍ଥନ କରୁଛନ୍ତି ।
ସେପଟେ ଇମ୍ରାନ୍‌ କହିଛନ୍ତି ଯେ ରେହମାନଙ୍କର କଣ ଅସୁବିଧା ରହିଛି ମୁଁ ବୁଝି ପାରୁନାହିଁ । ଅଯଥାରେ କାହିଁକି ସେ ମୋ ଇସ୍ତଫା ଦାବି କରୁଛନ୍ତି ମୁଁ ବୁଝି ପାରୁନାହିଁ । ତାଙ୍କର ବିରୋଧ ଓ ଆନ୍ଦୋଳନକୁ ନେଇ ଭାରତରେ ଜୋର ଚର୍ଚ୍ଚା ଚାଲିଛି । ସେମାନେ ଏଥିରୁ ମଜା ଉଠାଉଛନ୍ତି । ତେବେ ମୁଁ ସ୍ପଷ୍ଟ କରି ଦେଉଛି ଯେ ଏସବୁ ବିରୋଧରେ ମୁଁ ଦବିଯିବାର ନାହିଁ କି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବି ନାହିଁ । ରେହମାନଙ୍କ ଆଜାଦି ମାର୍ଚ୍ଚକୁ ବିଦେଶରୁ ସମର୍ଥନ ମିଳୁଛି ବୋଲି ପାଲଟା ଅଭିଯୋଗ କରିଛନ୍ତି ଇମ୍ରାନ୍‌ ଖାନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.