ସ୍ବପ୍ନ ଦେଖିବ ତ ଏମିତି , ପାଇଲଟ୍ ହେବା ପରେ ନିଜ ଗାଁର ବୟୋଜ୍ୟେଷ୍ଠଙ୍କୁ ପ୍ରଥମ ବିମାନ ଯାତ୍ରା କରାଇଲେ ଯୁବକ

ସବୁ ଲୋକଙ୍କର କିଛି ନା କିଛି ଏମିତି ସ୍ବପ୍ନ ଥାଏ ଯାହାକୁ ସେ ବଂଚି ଥାଉ ଥାଉ ପୁରା କରିବାକୁ ଚାହେଁ । କେହି ଡାକ୍ତର ହୋଇ ଗରିବଙ୍କୁ ସହାଯ୍ୟ କରିବାକୁ ଚାହେଁ , ଆଉ କେହି ଇଞ୍ଜିନିୟର୍ ହୋଇ ପୁରା ଦୁନିଆ ବୁଲିବାକୁ ଚାହେଁ । କିନ୍ତୁ ହରିୟାଣାର ହିସାର ଜିଲ୍ଲାର ବିକାଶ ଜ୍ୟାଣୀ ତ କିଛି ଅଲଗା ହିଁ ସ୍ବପ୍ନ ଦେଖିଥିଲେ । କିଛି ବର୍ଷ ପୂର୍ବରୁ ବିକାଶ ନିଜକୁ କଥା ଦେଇଥିଲେ ଯେ ଯେଉଁଦିନ ସେ ପାଇଲଟ୍ ହେବେ ସେଦିନ ଗାଁର ସମସ୍ତ ବୟୋଜ୍ୟେଷ୍ଠ ଙ୍କୁ ବିମାନରେ ବୁଲାଇବେ ।

ତେବେ ବର୍ଷ ପୂର୍ବରୁ ଯେଉଁ ସ୍ବପ୍ନ ଦେଖିଥିଲେ ବିକାଶ ଏବେ ତାକୁ ପୁରା କରିଛନ୍ତି । ଏହି ଯାତ୍ରା ପାଇଁ ବିକାଶ ଗାଁର ସେହି ଲୋକମାନଙ୍କୁ ବାଛିଲେ ଯେଉଁମାନଙ୍କ ବୟସ ୭୦ ବର୍ଷ କିମ୍ବା ତାଠାରୁ ଅଧିକ । ଗାଁର ୨୨ ଜଣ ବରିଷ୍ଠ ବ୍ୟକ୍ତିଙ୍କ ସହ ଚଣ୍ଡିଗଡରୁ ଅମ୍ରିତସର ଯାତ୍ରା କରିଥିଲେ । ଏହି ଯାତ୍ରା ମଧ୍ୟରେ ସେମାନଙ୍କୁ ସ୍ବର୍ଣ୍ଣ ମନ୍ଦିରର ଦର୍ଶନ କରାଇବା ସହ ଜାଲିଆୱାଲା ବାଗ ଏବଂ ବାଘା ବର୍ଡର ମଧ୍ୟ ବୁଲାଇଥିଲେ ।

pilotବିକାଶଙ୍କ ଏହି ପଦକ୍ଷେପରେ ବାପା ଖୁବ୍ ଖୁସି ହୋଇ କହିଛନ୍ତି ମୋ ପୁଅ ଯାହା କରିଛି କୌଣସି ପୁଣ୍ୟ ଠାରୁ କମ୍ ନୁହେଁ । ଏହା ସହ ଏହି ଯାତ୍ରାରେ ସାମିଲ୍ ଥିବା ୯୦ ବର୍ଷୀୟା ବିମଳା ଦେବୀ କହିଛନ୍ତି କେବେ ମୁଁ ସ୍ବପ୍ନରେ ଭାବି ନଥିଲି ଯେ ଉଡାଯାହାଜରେ ବସିବି ବୋଲି । ସେହିପରି ଆଉ ଜଣେ ମହିଳା କହିଛନ୍ତି ଏହା ତାଙ୍କ ଜୀବନର ସବୁଠାରୁ ସୁଖଦ ଅନୁଭୂତି ଏବଂ ସମୟ ।

୨୨ ଜଣ ବୟୋଜ୍ୟେଷ୍ଠଙ୍କ ସପ୍ନ ପୁରା କରି ସେମାନଙ୍କ ଓଠରେ ହସ ଫୁଟାଇଥିବା ବିକାଶଙ୍କୁ Knewsodisha ତରଫରୁ ଅନେକ ଧନ୍ୟବାଦ ।

You might also like