ଆଜିଠୁ ୫ ଦିନିଆ ଆମେରିକା ଗସ୍ତରେ ମୋଦି : ସେପ୍ଟେମ୍ବର ୨୪ରେ ବାଇଡେନଙ୍କୁ ଭେଟିବେ

ନୂଆଦିଲ୍ଲୀ : ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୪ରେ ହେବ ମୋଦି-ବାଇଡେନ୍‌ ଭେଟଘାଟ । ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ବାଣିଜ୍ୟ ଓ ବିନିଯୋଗ, ସୁରକ୍ଷା ସ୍ଥିତି ଓ ଆଫଗାନ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଆମେରିକା ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କ ସହ ମଧ୍ୟ ପ୍ରଥମ ଥର ସାକ୍ଷାତ କରିବେ ମୋଦି । ବାଇଡେନ୍‌ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ଆମେରିକା ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆମେରିକା ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ କୋଭିଡ-୧୯ ବୈଶ୍ୱିକ ସମ୍ମିଳନୀରେ ମୋଦି ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଓ NSA ଅଜିତ ଡୋଭାଲ ମଧ୍ୟ ଗସ୍ତ କରିଛନ୍ତି। ସେପ୍ଟେମ୍ବର ୨୪ରେ ଆମେରିକା ପକ୍ଷରୁ ଆୟୋଜିତ କ୍ୱାଡ୍‌ ବୈଠକରେ ଯୋଗଦେବେ ମୋଦି । ଏହି ବୈଠକରେ ଜାପାନ ପ୍ରଧାନମନ୍ତ୍ରୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସାମିଲ ହେବେ । ୨୫ ତାରିଖେରେ ମିଳିତ ଜାତିସଂଘର ସାଧାରଣ ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.