ମନ୍‌ କି ବାତ୍‌ରେ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ମୋଦିଙ୍କ ପ୍ରଶଂସା

ଆକାଶବାଣୀରେ ପ୍ରଧାନମନ୍ତ୍ରୀ ମୋଦି ମନ୍‌ କି ବାତ୍‌ର ୯୯ ତମ ସଂସ୍କରଣରେ ଦେଶରେ ନାରୀ ଶକ୍ତି ସବୁ କ୍ଷେତ୍ରରେ ନେତୃତ୍ୱ ନେଉଛି ବୋଲି କହିଛନ୍ତି । ଏସିଆର ପ୍ରଥମ ମହିଳା ଲୋକୋ ପାଇଲଟ ସୁରେଖା ଯାଦବ କଥା ଉଲ୍ଲେଖ କରିଛନ୍ତି ।

କେନ୍ୟୁଜ୍(ବ୍ୟୁରୋ): ମନ୍‌ କି ବାତ୍‌ରେ ଓଡ଼ିଆ ମହିଳା ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁମ୍ବାଇ ସ୍ଥିତ ଭାବା ଆଣବିକ ଗବେଷଣା କେନ୍ଦ୍ର-BARCରେ କାର୍ଯ୍ୟରତ ଅଛନ୍ତି ଓଡ଼ିଆ ମହିଳା ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି । ରସାୟନ ବିଜ୍ଞାନ ଓ କେମିକାଲ ଇଂଜିନିୟରିଂ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପ୍ରଥମ ମହିଳା ବୈଜ୍ଞାନିକ ଭାବେ ଇଣ୍ଟରନ୍ୟାସନାଲ ୟୁନିଅନ ଫର ପିଓର ଆଣ୍ଡ ଆପ୍ଲାଏଡ କେମିଷ୍ଟ୍ରି(IUPAC)ଆୱାର୍ଡ-୨୦୨୩ ପ୍ରଦାନ କରାଯାଇଛି । ଏହା ଦେଶ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ମୋଦି ।

ଆଜି ଆକାଶବାଣୀରେ ପ୍ରଧାନମନ୍ତ୍ରୀ ମୋଦି ମନ୍‌ କି ବାତ୍‌ର ୯୯ ତମ ସଂସ୍କରଣରେ ଦେଶରେ ନାରୀ ଶକ୍ତି ସବୁ କ୍ଷେତ୍ରରେ ନେତୃତ୍ୱ ନେଉଛି ବୋଲି କହିଛନ୍ତି । ଏସିଆର ପ୍ରଥମ ମହିଳା ଲୋକୋ ପାଇଲଟ ସୁରେଖା ଯାଦବ କଥା ଉଲ୍ଲେଖ କରିଛନ୍ତି । ପ୍ରଯୋଜକ ଗୁଞ୍ଜିତ ମଙ୍ଗା ଓ ନିର୍ଦ୍ଦେଶିକା କାର୍ତ୍ତିକି ଗନସେଲଭସ୍‌ ଚଳଚ୍ଚିତ୍ର ଦି ଏଲିଫ୍ୟାଣ୍ଟ ହ୍ଵିସପରର୍ସ ପାଇଁ ଓସ୍କାର ଜିତି ଗୌରବ ଆଣିଛନ୍ତି । ସେହିପରି ନାଗାଲାଣ୍ଡରେ ୭୫ ବର୍ଷ ମଧ୍ୟରେ ଦୁଇ ଜଣ ମହିଳା ବିଧାୟିକା ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ମନ୍ତ୍ରୀ ପଦ ମିଳିଛି । ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ ଗ୍ଲାସିଅରରେ ମୁତୟନ ପ୍ରଥମ ମହିଳା ସେନା ଅଧିକାରୀ କ୍ୟାପ୍ଟେନ ଶିବା ଚୌହ୍ଵାନଙ୍କ କଥା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌ରେ ସ୍ଥାନ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.