ଖରା କଷ୍ଟକୁ ବଳିଯାଉଛି ଘନ ଘନ ପାୱାର କଟ୍‌, ତେଜୁଛି ଜନ ଅସନ୍ତୋଷ

ରାତିରେ ପାୱାର କଟ୍‌ ବେଶୀ । କଲବଲ ହେଉଛନ୍ତି ଲୋକ । ଶାନ୍ତିରେ ଟିକିଏ ଶୋଇ ପାରୁ ନାହାନ୍ତି । ଦିନରେ ଖରାତରାରେ କାମ ସାରି ରାତିରେ ଶୋଇବା ବେଳକୁ କଟି ଯାଉଛି ବିଜୁଳି । ବର୍ଷା ପବନ ହେଲେ କଥା ସରିଲା । ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ଏମିତି ସ୍ଥିତି ।

କେନ୍ୟୁଜ୍(ବ୍ୟୁରୋ) ବାହାରେ ଖରା ତାତି । ଅସହ୍ୟ ଗୁଳୁଗୁଳି । ଘରେ ବିଜୁଳି ଗୁଲ୍‌ । ଖରା କଷ୍ଟକୁ ବଳିଯାଉଛି ଘନ ଘନ ପାୱାର କଟ୍‌ । ରାଜ୍ୟର ବିଭିନ୍ନ ସ୍ଥାନରେ ଅଘୋଷିତ ବିଦ୍ୟୁତ କାଟ୍‌ । କିଛି ସ୍ଥାନରେ ଘଣ୍ଟା ଘଣ୍ଟା ଧରି ଲାଇନ ରହୁନଥିବା ଅଭିଯୋଗ ହୋଇଛି । ରାତିରେ ପାୱାର କଟ୍‌ ବେଶୀ । କଲବଲ ହେଉଛନ୍ତି ଲୋକ । ଶାନ୍ତିରେ ଟିକିଏ ଶୋଇ ପାରୁ ନାହାନ୍ତି । ଦିନରେ ଖରାତରାରେ କାମ ସାରି ରାତିରେ ଶୋଇବା ବେଳକୁ କଟି ଯାଉଛି ବିଜୁଳି । ବର୍ଷା ପବନ ହେଲେ କଥା ସରିଲା । ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ଏମିତି ସ୍ଥିତି । ପାୱାର କଟକୁ ନେଇ ତେଜୁଛି ଜନ ଅସନ୍ତୋଷ ।

ରାଜ୍ୟରେ ଏବେ ବିଜୁଳି ବିରତଣ ଦାୟିତ୍ୱ ନେଇଛି ଟାଟା ପାୱାର । ୧୯୯୦ ଦଶକରୁ ବିଦ୍ୟୁତ ବିତରଣର ଘରୋଇକରଣ ହୋଇଛି । ୧୯୯୫ରୁ ୨୦୦୦ ମସିହା ଭିତରେ ଘରୋଇକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସରକାର ବିଦ୍ୟୁତ ବିତରଣ ନକରି ଘରୋଇ ସଂସ୍ଥାକୁ ଦେଇଥିଲେ । ର୍ପୂବରୁ ରାଜ୍ୟରେ ବିଦ୍ୟୁତ ବିତରଣ ଦାୟିତ୍ୱ ନେଇଥିଲା ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଏନର୍ଜୀ । ଏବେ TPCODL ନେଇଛି । କେବଳ ଓଡ଼ିଶା ନୁହେଁ, ଦେଶର ବହୁ ରାଜ୍ୟରେ ବିଦ୍ୟୁତ ବିତରଣର ଘରୋଇକରଣ ହୋଇଛି । ଏବେ ପ୍ରଶ୍ନ ଉଠୁଛି, ଘନଘନ ବିଦ୍ୟୁତ କାଟ ଘରୋଇ କମ୍ପାନୀର ରକ୍ଷଣାବେକ୍ଷଣ ଅଭାବରୁ ହେଉଛି କି ? ଭିତ୍ତିଭୂମି ସୁଦୃଢ଼ କରୁ ନାହାନ୍ତି କି ଡିସକମ୍‌ କମ୍ପାନୀ ? ଯେଉଁଥିପାଇଁ ପାୱାର କଟ୍‌ ସମସ୍ୟା ହେଉଛି । ଶକ୍ତି ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପାୱାର ସଟେଜ ନାହିଁ । ପାୱାରକଟ୍‌ କେଉଁଠି ହେଉନାହିଁ । କାଳବୈଶାଖୀ ଦ୍ୱାରା ଅନେକ ସ୍ଥାନରେ ଖୁଣ୍ଟ ପଡ଼ି ଯାଉଛି । ଏହାକୁ ସଜାଡିବା ସମୟ ସାପେକ୍ଷ । ଭିତ୍ତିଭୂମି ଅସୁବିଧା ପାଇଁ ସମସ୍ୟା ହେଉଛି ।

ବିଜୁଳି ସମସ୍ୟା ନେଇ ମୁଖ୍ୟ ସଚିବ ପ୍ରଦୀପ ଜେନା ଆସନ୍ତା ସୋମବାର ଦିନ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଲୋକସେବା ଭବନରେ ହେବାକୁ ଥିବା ଏହି ବୈଠକରେ ରାଜ୍ୟର ବିଦ୍ୟୁତ ବିତରଣ କମ୍ପାନୀର ସିଇଓ, ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ବାରମ୍ବାର ବିଜୁଳି କାଟ ଜନିତ ସମସ୍ୟାର ସମାଧାନ ନେଇ ହେବ ସମୀକ୍ଷା । ଏହାସହ ବାତ୍ୟା, କାଳବୈଶାଖୀ ନେଇ ମଧ୍ୟ ଆଲୋଚନା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.