ଜୟପୁର ଓ ପୋଲସରାରେ ଖୁବ ଆଡ଼ମ୍ବରରେ ପାଳିତ ହେଲା ରାମ ନବମୀ

ଜୟପୁର : ଜୟ ଶ୍ରୀରାମ ଧ୍ୱନିରେ ଉତ୍ସବ ମୁଖର ହୋଇଛି ଗାଁଠୁ ସହର ।  ପବିତ୍ର ରାମନବମୀ ଅବସରରେ ପୁରା ରାମମୟ ହୋଇଉଠିଥିଲା ଜୟପୁର ସହର। ପାୱାରହାଉସ ହନୁମାନ ମନ୍ଦିର ରୁ ପୂଜାର୍ଚ୍ଚନା ପରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଙ୍କ ପ୍ରତିମା ଓ କଠଉ ସହ ବିରାଟ ଶୋଭାଯାତ୍ରା ବାହାରିଥିଲା ।  ଏଥିରେ ଛୋଟଛୋଟ ପିଲା ବେଶ ହୋଇଥିଲେ । ପୁରା ଜୟପୁର ସହର ରାମମୟ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳା ଦାୟିତ୍ୱରେ ଆଠ ଜଣ ମାଜିଷ୍ଟ୍ରେଟ ଦାୟିତ୍ୱ ଅଧିକାରୀ ଥିବା ବେଳେ ୧୩ ପ୍ଲାଟୁନ ସୁରକ୍ଷା କର୍ମୀ ନିୟୋଜିତ ଥିଲେ ।

ସେହିପରି ପୋଲସରାରେ ମଧ୍ୟ ପବିତ୍ର ରାମ ନବମୀ ପାଳନ ଅବସରରେ ବିଜେପି ପକ୍ଷରୁ ଏକ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି ।  ପୋଲସରା ଲୁଣିଘାଟି ହନୁମାନ ମନ୍ଦିରରୁ ଆରମ୍ଭ ହୋଇ ରାଣିପଡା ସ୍ଥିତ ରାମ ମନ୍ଦିରରେ ଶେଷ ହୋଇଥିଲା ।  ପୋଲସରା ବ୍ଲକ ଓ ନଗରର ସମସ୍ତ ଯୁବ କର୍ମୀମାନେ ଉକ୍ତ ରାଲିରେ ଯୋଗ ଦେଇ ଥିଲେ ।

Also read: ଶ୍ରୀ ରାମ ନବମୀ ଓ ଇଦ ପାଇଁ ଭଦ୍ରକରେ କଡ଼ା ସୁରକ୍ଷା ବ୍ୟବସ୍ଥା, ସହରରେ ଫ୍ଲାଗ ମାର୍ଚ୍ଚ