ଆରବିଆଇର ଦ୍ୱିମାସିକ ସମୀକ୍ଷା, ସୁଧ ହାର ବଢିବ ନା ଅପରିବର୍ତ୍ତିତ ରହିବ?

ଦିଲ୍ଲୀ(କେନ୍ଯୁଜ୍) : ଆଜି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସୁଧ ହାର ଘୋଷଣା କରିବ । ସୁଧ ହାର ବଢିବ ନା ଅପରିବର୍ତ୍ତିତ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି । ଅନୁମାନ କରାଯାଉଛି ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାକୁ ଆରବିଆଇ ରେପୋ ରେଟ୍‌  ୨୫ ବେସିସି ପଏଣ୍ଟ ବଢ଼ାଇପାରେ । ଯଦି ସୁଧହାର ବୃଦ୍ଧି ହୁଏ ତେବେ ଜୁନ ମାସ ପରେ ଏହା ତୃତୀୟ ବୃଦ୍ଧି ହେବ । ଗତ ଅଗଷ୍ଟ ମାସରେ ରେପୋ ରେଟ୍‌ ୨୫ ବେସିସ ପଏଣ୍ଟ ବଢି ୬. ୫୦ ପ୍ରତିଶତରେ ପହଞ୍ଚିଥିଲା ।

dollar-vs-rupeeବର୍ତ୍ତମାନ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ପାଇଛି । ଭାରତୀୟ ମୁଦ୍ରାର ମୂଲ୍ୟ ଡଲାର ତୁଳନାରେ ୭୪ ଟଙ୍କା ପାଖରେ ପହଞ୍ଚିଲା । ସେହିପରି ଆନ୍ତର୍ଜାତିକ ବଜାରରେ ତୈଳ ଦର ବୃଦ୍ଧି ହେଉଛି ଓ ବଜାରରେ ଅସ୍ଥିରତା ଦେଖା ଦେଇଛି । ଏହାସହ ଚିନ୍ତା ଜନକ ରହିଛି କରେଣ୍ଟ ଆକାଉଣ୍ଟ ଡେଫିସିଟ୍‌ ସ୍ଥିତି । ଏ ସବୁକୁ ଦୃଷ୍ଟିରେ ରଖି, ସୁଧହାର ବୃଦ୍ଧିର ଅନୁମାନ କରୁଛନ୍ତି ବିଶେଷଜ୍ଞ ।

You might also like