ପ୍ରଭାବିତ ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ, ୯୩ ପ୍ରତିଶତ ଲୋକଙ୍କୁ ଦିଆଯାଇଛି ଚାଉଳ

ଭୁବନେଶ୍ବର (କେନ୍ୟୁଜ୍) : ଫନି ପ୍ରଭାବିତ ଜିଲ୍ଲାଗୁଡିକରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାମ । ୯୩ ପ୍ରତିଶତଙ୍କୁ ଚାଉଳ ବଣ୍ଟା ଯାଇଥିଲା ବେଳେ, ୯୫ ପ୍ରତିଶତଙ୍କୁ ଟଙ୍କା ଦିଆଯାଇଛି । ସେହିପରି ପଲିଥିନ ୬୬ ପ୍ରତିଶତ ଲୋକଙ୍କୁ ଦିଆଯାଇଛି । ଜଗତସିଂହପୁର, କେନ୍ଦ୍ରାପଡା ଓ ବିଏମ୍ସି ଅଞ୍ଚଳରେ ୯୦ ପ୍ରତିଶତଙ୍କୁ ମାସିକ ବାର୍ଦ୍ଧକ୍ୟ ଭତ୍ତା ଦିଆଯାଇଛି । ପୁରୀ ଓ ଖୋର୍ଦ୍ଧାରେ ଦିଆଯାଇ ପାରିନାହିଁ । ୬ଟି ଭ୍ରାମ୍ୟମାଣ ଗାଡି ଦ୍ୱାରା ଆଳୁ, ପିଆଜ, ମହମବତୀ, ମାଚିସ ପରି ୬ଟି ଦ୍ରବ୍ୟ ରିହାତି ଦରରେ ଦିଆଯାଉଛି ।

କାକଟପୁରକୁ ଛାଡି ସମସ୍ତ ପ୍ରଭାବିତ ଅଞ୍ଚଳରେ ଜଳ ଯୋଗାଣ ସ୍ୱାଭାବିକ ହୋଇଛି । ଏହାସହ ଖୋର୍ଦ୍ଧାରେ ୭୮ ପ୍ରତିଶତ ମୋବାଇଲ ଟାୱାର, ପୁରୀରେ ୫୨ ପ୍ରତିଶତ, କଟକରେ ୮୯ ପ୍ରତିଶତ, ବିଏମ୍ସିରେ ୮୨ ପ୍ରତିଶତ କାର‌୍ୟ୍ୟକ୍ଷମ ଅଛି । ପୁରୀରେ ରହିଛି ୧୮ଟି ସେଲ୍ ଅନ ହ୍ଵିଲ୍ । ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ କୌଣସି ସଂକ୍ରାମକ ରୋଗ ରିପୋର୍ଟ ଆସିନାହିଁ । ବାତ୍ୟାରେ ୫ ହଜାର ୩୭୫ଟି ପଶୁ ଓ ଗୃହପାଳିତ ପଶୁ ମରିଥିବା ବେଳେ ୪୧ଲକ୍ଷ କୁକୁଡା ସୁରକ୍ଷିତ ଭାବେ ଦାହ କରାଯାଇଛି ।

ପୁରୀ ଟାଉନରେ ସମସ୍ତ ବ୍ୟାଙ୍କକୁ ୨ ଦିନ ମଧ୍ୟରେ କାଯ୍ୟର୍କ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସମସ୍ତ ଏଟିଏମକୁ ୪ରୁ ୫ ଦିନ ମଧ୍ୟରେ ଖୋଲିବାକୁ ନିର୍ଦେଶ ଦିଆଯାଇଛି । ପୁରୀ ଜିଲ୍ଲାରେ ବିଦ୍ୟୁତ୍ ସେବା ସ୍ୱାଭାବିକ କରିବାକୁ କାର‌୍ୟ୍ୟ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.