News

ଭାରତ ସହିତ ଟ୍ରେଡ୍‌ ଡିଲ୍‌ ପାଇଁ ସହମତି ଦେଲା ବ୍ରିଟେନ, ସର୍ତ୍ତ ରଖିଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ

କେନ୍ୟୁଜ୍‌: ଇଣ୍ଡୋନେସିଆର ବାଲିରେ ଚାଲିଥିବା ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏକ ଅଲଗା ପ୍ରେସ କନ୍‌ଫରେନ୍ସରେ ଭାରତ-ବ୍ରିଟେନ ଟ୍ରେଡ୍‌ ଡିଲ୍‌ ବିଷୟରେ ଆଲେଚନା କରିଛନ୍ତି । ଋଷି ସୁନକ କହିଛନ୍ତି, ଦୁଇ ଦେଶର ବାଣିଜ୍ୟିକ ଚୁକ୍ତି ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ, କିନ୍ତୁ ଆମେ ଏଥିପାଇଁ କିଛି ସମୟ ଚାହୁଁଛୁ । ଯାହା ଫଳରେ ଡିଲ୍‌କୁ ଠିକ୍‌ ଢଙ୍ଗରେ କରାଯାଇ ପାରିବ । ସେ ଆହୁରି କହିଥିଲେ, ସଙ୍ଗେ ସଙ୍ଗେ ଏହି କାମ କରି ଏହାର ଗୁଣବତ୍ତା ଏବଂ ମାନକୁ ହ୍ରାସ କରିବା ପାଇଁ ଚାହୁଁନି ।

ସୂଚନା ଅନୁସାରେ ଜାନୁଆରୀରେ ଭାରତ-ବ୍ରିଟେନ ମଧ୍ୟରେ ଟ୍ରେଡ୍‌ ଡିଲ ହେବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ସେହି ସମୟରେ ସରକାରରେ ଥିଲେ ବୋରିସ୍‌ ଜନ୍‌ସନ, ଦୁର୍ନୀତି ଏବଂ ଭ୍ରଷ୍ଟାଚାର କାରଣରୁ ସେ ଇସ୍ତଫା ଦେଇଥିଲେ । ତା ପରେ ବ୍ରିଟେନରେ ପ୍ରଧାନମନ୍ତ୍ରୀ ହେଲେ ଲିଜ୍‌ ଟ୍ରସ୍‌ । ସେ ବି ମାତ୍ର ୪୫ ଦିନରେ ପଦ ତ୍ୟାଗ କରିଥିଲେ । ତାଙ୍କର ସମୟ ସୀମା ବହୁତ କମ୍‌ ଦିନ ଥିଲା । ବ୍ରିଟେନରେ ଏହି ପରେ ପରେ ରାଜନୈତିକ ଅସ୍ଥିରତା ଯୋଗୁ ଟ୍ରେଡ୍‌ ଡିଲ୍‌ ଅଧାରେ ରହି ଯାଇଥିଲା । ଏବେ ଋଷି ସୁନକ ପ୍ରଧାନମନ୍ତ୍ରୀ ହେବା ପରେ ପୁଣି ଡିଲ୍‌ ଚୂଡ଼ାନ୍ତ ହେବ ବୋଲି ଆଶା କରାଯାଉଛି ।

ପ୍ରତିବର୍ଷ ବ୍ରିଟେନ ଭାରତକୁ ଦେବ ୩ ହଜାର ଭିଜା:
ଇଣ୍ଡୋନେସିଆରେ ନରେନ୍ଦ୍ର ମୋଦି ଏବଂ ଋଷି ସୁନକଙ୍କ ଭିତରେ ପ୍ରଥମ ଥର ସାକ୍ଷାତ ହୋଇଛି। ଏହି ପ୍ରଥମ ସାକ୍ଷାତରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଭାରତ ପାଇଁ ଏକ ସ୍କିମ୍‌ ଉପହାର ସଦୃଶ ଦେଇଛନ୍ତି। ଭାରତକୁ ପ୍ରତିବର୍ଷ ୩ ହଜାର ଭିଜା ଦେବ ବୋଲି ବ୍ରିଟେନ ଘୋଷଣା କରିଛି । ଏହି ଭିଜା ମାଧ୍ୟମରେ କେବଳ ୧୮ରୁ ୩୦ ବର୍ଷର ଯୁବକ ବ୍ରିଟେନ ଯାଇ ତାଙ୍କର କ୍ୟାରିଅର ସଜାଡ଼ି ପାରିବେ । ମାତ୍ର ଏହି ସୁବିଧା ପାଇଁ କେବଳ ୨ ବର୍ଷ ମିଳିବ । ଋଷି ସୁନକ କହିଛନ୍ତି, ଏହି ସୁବିଧା ପାଇବାରେ ଭାରତ ହେଉଛି ପ୍ରଥମ ଦେଶ ଏବଂ ଏହି ସ୍କିମ୍‌ରେ ଭାରତର ଶିକ୍ଷିତ ଯୁବକଙ୍କ ପାଇଁ ବ୍ରିଟେନରେ କାମ କରିବା ପାଇଁ ସୁଯୋଗ ମିଳିବ ।

ସେ ଆହୁରି କହିଛନ୍ତି, ଏହି ସ୍କିମ୍‌ ଦ୍ୱରା ଭାରତ-ବ୍ରିଟେନର ସମ୍ପର୍କ ମଜଭୁତ ହେବ । ଏହି ସ୍କିମ୍‌ ଇଣ୍ଡୋ-ସ୍ପେସିଫିକ୍‌ ସ୍ତରରେ ଭାରତ ଏବଂ ବ୍ରିଟେନର ଅର୍ଥନୈତିକ ବ୍ୟବସ୍ଥାକୁ ମଜଭୁତ କରିବାରେ ପ୍ରତିବଦ୍ଧତାକୁ ଦର୍ଶାଉଛି । ବ୍ରିଟେନ କହିଛି, ଏହି କ୍ଷେତ୍ରରେ ଭାରତ- ବ୍ରିଟେନର ସମ୍ପର୍କ ଭଲ ରହିଛି । ତା ସହିତ ବିଦେଶରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ ଭାରତରୁ ହିଁ ଆସିଥାଆନ୍ତି ବୋଲି ବ୍ରିଟେନ ମଧ୍ୟ କହିଛି ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

45 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago