ପିଲାଙ୍କ ନାମରେ କରୁଛନ୍ତି କି ଇନଭେଷ୍ଟ ? SEBI ବଦଳାଇଦେଲା ଏହିସବୁ ନିୟମ

କଣ ଆପଣ ବି ଆପଣଙ୍କ ପିଲାଙ୍କ ନାମରେ ଇନଭେଷ୍ଟ କରିବା ଆରମ୍ଭ କରିଛନ୍ତି କି ? ତାହେଲେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ସେୟାର ବଜାରକୁ ରେଗୁଲେଟ କରୁଥିବା ସଂସ୍ଥା ସେବି(SEBI) ନାବାଳକ ନିବେଶ ସହ ଜଡିତ ଥିବା ନିୟମ ଗୁଡିକରେ ଅନେକ ପରିବର୍ତ୍ତନ ଆଣିଛି। ତାହେଲେ ଆସନ୍ତୁ ଜାଣିବା କଣ ରହିଛି ନୂଆ ନିୟମ।

आप भी बच्‍चों के नाम पर करते हैं निवेश? SEBI ने बदल दिए ये नियम

ନୂଆ ନିୟମ ଅନୁଯାୟୀ ସେବି ଦ୍ୱାରା ପ୍ରଦାନ କରାଯାଇଥିବା ନିବେଶ ରାଶି ନାବାଳକର ବ୍ୟାଙ୍କ ଆକାଉଣ୍ଟ କିମ୍ବା ଅଭିଭାବକଙ୍କ ସହ ଜଏଣ୍ଟ ଆକାଉଣ୍ଟରୁ କେବଳ ଚେକ, ଡିମାଣ୍ଡ ଡ୍ରାଫ୍ଟ ଅଥବା ଅନ୍ୟ କୌଣସି ମାଧ୍ୟମରେ ସ୍ୱୀକାର କରାଯିବ। ଏହାସହିତ କୁହାଯାଇଛି ଯେ ଯେଉଁ ନାବାଳକ ନାମରେ ଆକାଉଣ୍ଟ ରହିଛି ସେ ସାବାଳକ ହେବା ପରେ ତାକୁ KYC(Know Your Customer)ର ସୂଚନା ଦେବାକୁ ପଡିବ। ଏହାସହିତ ବ୍ୟାଙ୍କ ଖାତାର ମଧ୍ୟ ସୂଚନା ଦେବାକୁ ପଡିବ।

आप भी बच्‍चों के नाम पर करते हैं निवेश? SEBI ने बदल दिए ये नियम

ଏପରିସ୍ଥଳେ ଯେପର୍ଯ୍ୟନ୍ତ ନାବାଳକଟି ସାବାଳକ ନହୋଇଛି ତାକୁ ଆଗକୁ ଟ୍ରାଞ୍ଜାକ୍ସନ କରିବାକୁ ଅନୁମତି ଦିଆଯିବ ନାହିଁ। ଯାହାର ଅର୍ଥ ହେଉଛି ଏହି ପରିବର୍ତ୍ତନ ପ୍ରକ୍ରିୟାରେ ଟ୍ରାଞ୍ଜାକ୍ସନ ବନ୍ଦ ରହିବ। ସେବି ଅନୂଯାୟୀ କ୍ଲେମ କରିଥିବା ଲୋକ ନାବାଳକ କିମ୍ବା ଜଏଣ୍ଟ ବ୍ୟାଙ୍କର ଖାତାଧାରକ ହୋଇଥିଲେ ସମ୍ପତ୍ତି ପ୍ରବନ୍ଧନ କମ୍ପାନୀ (AMC)ଗୁଡିକ ଏହି ମାମଲାରେ ଫଟୋ ଆଧାରିତ ପ୍ରୋସେସକୁ କ୍ରିୟାନ୍ବିତ କରିବାକୁ ପଡିବ। ଏହାବ୍ୟତୀତ ମ୍ୟୁଚୁଆଲ ଫଣ୍ଡକୁ ଭିନ୍ନଭାବେ କେନ୍ଦ୍ରୀୟ “ହେଲ୍ଡଡେସ୍କ” ଏବଂ “ୱେବପେଜ”ରେ ରଖିବାକୁ ପଡିବ ଯେଉଁଥିରେ ଟ୍ରାନ୍ସମିଶନ ପ୍ରୋସେସ ସମ୍ବନ୍ଧିତ ସୂଚନା ଓ ନିର୍ଦ୍ଦେଶ ରହିବା ନିହାତି ଜରୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.